ଭୂପେଶ୍‌ ବଘେଲ ସରକାରଙ୍କ ସମସ୍ତ ଯୋଜନାକୁ ଓଡ଼ିଶାରେ ନିର୍ବଚନୀ ଇସ୍ତାହାରରେ ରଖିବ କଂଗ୍ରେସ : ପ୍ରଦୀପ ମାଝୀ

Advertisment

ଓଡ଼ିଶା କଂଗ୍ରେସ ପ୍ରତିନିଧି ଦଳର ଛତିଶଗଡ଼ ଗସ୍ତ

ଓଡ଼ିଶା କଂଗ୍ରେସ ପ୍ରତିନିଧି ଦଳର ଛତିଶଗଡ଼ ଗସ୍ତ

ଭୂପେଶ୍‌ ବଘେଲ ସରକାରଙ୍କ ସମସ୍ତ ଯୋଜନାକୁ ଓଡ଼ିଶାରେ ନିର୍ବଚନୀ ଇସ୍ତାହାରରେ ରଖିବ କଂଗ୍ରେସ : ପ୍ରଦୀପ ମାଝୀ

ଚନ୍ଦାହାଣ୍ଡି: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଛତିଶଗଡ଼ ରାଜ୍ୟର ଗରିୟାବନ୍ଧ ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଦେଶ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ଗସ୍ତ ହୋଇଛି। ଛତିଶଗଡ଼ ରାଜ୍ୟ ସରକାରଙ୍କ ବହୁ କୃଷକ ଓ ସାଧାରଣ ଜନତାଙ୍କ ମଙ୍ଗଳ କାର୍ଯ୍ୟକ୍ରମର ପ୍ରଶଂସା ପୂର୍ବକ ଆଗାମୀ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ଭୂପେଶ୍‌ ସରକାରଙ୍କ ସମାନ ଇସ୍ତାହାର୍‌ ଦେଇ ନିର୍ବାଚନକୁ ଓହ୍ଲାଇବ ବୋଲି କହିବା ସହ ଛତିଶଗଡ଼ ସରକାର ବର୍ତ୍ତମାନ ସାରା ଦେଶରେ ନିଜର କୃଷକ ଓ ସାଧାରଣ ଜନତାଙ୍କ ଉନ୍ନତି ବିଭିନ୍ନ ଯୋଜନା ପ୍ରଣୟନ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ପ୍ରଦୀପ ମାଝୀ।

ଏହି ଅବସରରେ ଶ୍ରୀ ମାଝୀ କଳାହାଣ୍ଡି, ନୂଆପଡା ଜିଲ୍ଲାକୁ ସଂଯୋଗ କରୁଥିବା ସୀମାନ୍ତ ଅଞ୍ଚଳର ରାସ୍ତା ଗୁଡ଼ିକର ତୁରନ୍ତ ମରାମତି ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ପ୍ରତିନିଧି ଦଳରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପ୍ରାକ୍ତନ ପିସିସି ସମ୍ପାଦକ କ୍ଷେମରାଜ୍‌ ବାଘ, ପିସିସି ସଦସ୍ୟ ଗୋକୁଳ ପଟ୍ଟନାୟକ, ଅନିଲ ଜୈନ, ସନ୍ତୋଷ ପଟ୍ଟନାୟକ, ହୁମେଶ୍ୱର ହଂସ ପ୍ରମୁଖ ସାମିଲ ରହିଥିଲେ। ଏହି ଗସ୍ତ ସମୟରେ ଗରିୟାବନ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ମୃତି ଠାକୁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବେଦ୍ରା ନବଗଡା ପ୍ରାର୍ଥୀ ସଞ୍ଜୟ ନେତାମ୍‌, ବିନୋଦ ତିୱାରୀ,ବ୍ଲକ୍‌ ଉପାଧ୍ୟକ୍ଷ ତଥା ବ୍ଲକ୍‌ କଂଗ୍ରେସ ସଭାପତି ସୁକ୍‌ ଚନ୍‌ ବେସ୍ରା, ଯୁବ କଂଗ୍ରେସର ଉମେଶ ଡୋଙ୍ଗରେ, ନିରାକାର୍‌ ପ୍ରଧାନ, ମହେଶ ବାଘେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe