କୁକୁଡାଗେଟ୍‌ ରେଳ ଓଭରବ୍ରିଜ୍ ନିର୍ମାଣକୁ ବିରୋଧ: ଉତ୍ତେଜନା, ପୁଲିସ ମୁତୟନ

Advertisment
କୁକୁଡାଗେଟ୍‌ ରେଳ ଓଭରବ୍ରିଜ୍ ନିର୍ମାଣକୁ ବିରୋଧ: ଉତ୍ତେଜନା, ପୁଲିସ ମୁତୟନ

ରାଉରକେଲା: ବନ୍ଧମୁଣ୍ଡା-ବିଶ୍ରା ମୁଖ୍ୟ ରାସ୍ତାର କୁକୁଡା ଗେଟ୍‌ରେ ବହୁ ପ୍ରତୀକ୍ଷିତ ନିର୍ମାଧୀନ ରେଳ ଓଭରବ୍ରିଜକୁ ବନ୍ଧମୁଣ୍ଡା ଆଞ୍ଚଳିକ ସୁରକ୍ଷା କମିଟି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଆଞ୍ଚଳିକ ସୁରକ୍ଷା କମିଟିର ସଦସ୍ୟ ଓ ସ୍ଥାନୀୟ ଗ୍ରାମୀଣ ନିର୍ମାଣଧୀନ ସ୍ଥାନରେ ପହଞ୍ଚି ଠିକା ସଂସ୍ଥାକୁ କାମ ବନ୍ଦ କରିବାକୁ କହିଥିଲେ। ଯାହାକୁ କେନ୍ଦ୍ରକରି ଉଭୟ ଠିକାସଂସ୍ଥାର କର୍ମଚାରୀ ଓ ସୁରକ୍ଷା କମିଟିର ସଦସ୍ୟମାନଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।

ସୂଚନା ପାଇ ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଗ୍ରାମବାସୀମାନେ ନିଜର ଜିଦ୍‌ରେ ଅଟଳ ରହିଥିଲେ।  ସୁରକ୍ଷା କମିଟିର ଅଧ୍ୟକ୍ଷ ଡେମେ ଓରାମ କହିଛନ୍ତି ଏସ୍‌ଟି କମିଶନର ନିର୍ଦ୍ଦେଶାନୁସାରେ ରେଳବାଇ ଓଭରବ୍ରିଜ ନିର୍ମାଣରେ ଯେଉଁ ଗ୍ରାମବାସୀଙ୍କ ଜମି ବ୍ୟବହାର ହେଉଛି, ସେମାନଙ୍କୁ ୫ ଏକର ଲେଖାଏଁ ଦିଆଯିବାର ଆବଶ୍ୟକତା ରହିଛି। ପରେ ରେଳବାଇ ଓଭରବ୍ରିଜ ନିର୍ମାଣ କାମ ଆରମ୍ଭ କରନ୍ତୁ । ମାତ୍ର ରେଳବାଇ ଏସ୍‌ଟି କମିଶନଙ୍କର ନିର୍ଦ୍ଦେଶକୁ ବେଖାତିର କରି ମନଇଚ୍ଛା ଓଭରବ୍ରିଜ୍‌ ନିର୍ମାଣ କାମ ଜାରି ରଖିଛନ୍ତି। ସମାଧାନ ନ କରି ‌ଜୋରଜବରଦସ୍ତ କାମ ଆରମ୍ଭ କଲେ କଡା ବିରୋଧ କରାଯିବ। ଏଥିପାଇଁ ଯେଉଁ ପରିସ୍ଥିତି ଉପୁଜିଯିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି କମିଟି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବନ୍ଧମୁଣ୍ଡା କକୁଡାଗେଟ୍‌, ମାଲଗୋଦାମ, ବାସନ୍ତୀକଲୋନି, ଆଇଟିଆଇ, ଏସ୍‌ଟି ଆଇ ଛକ ଓ କଲୁଙ୍ଗାରେ ଦୁଇଟି ରେଳ ଓଭରବ୍ରିଜ ନିର୍ମାଣ କରିବାକୁ ପ୍ରସ୍ତାବ ରହିଥିଲ। ଇତି ମଧ୍ୟରେ ବାସନ୍ତୀକଲୋନୀ, ଏସ୍‌ଟିଆଇ, ଆଇଟିଆଇ ରେଳ ଓଭରବ୍ରିଜ କାମ ଶେଷ ହୋଇଛି। କଲୁଙ୍ଗାରେ କାମ ଚାଲିଛି। ଜାଗା ବିବାଦରୁ ଆଜି ପର୍ଯ୍ୟନ୍ତ ମାଲଗୋଦାମ ରେଳ ଓଭରବିଜ ନିର୍ମାଣ କାମ ଆରମ୍ଭ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe