Sambad
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଜିଲୁଣ୍ଡି ଗ୍ରାମର ମୁଖ୍ୟ ରାସ୍ତାକୁ ପ୍ରାଶାସନ ପକ୍ଷରୁ ମାଇକ୍ରୋ କନ୍ଣ୍ଟେମେଣ୍ଟ ଜୋନା ଘୋଷଣା କରାଯାଇଛି। ଗ୍ରାମର ମୁଖ୍ୟ ରାସ୍ତା ପେଟ୍ରାଲ୍ ପମ୍ପ ନିକଟ ସାମ୍ନାରେ ଥିବା ଜନବସତିକୁ ମାଇକ୍ରୋ କନ୍ଣ୍ଟେମେଣ୍ଟ ଘୋଷଣା କରାଯିବା ସହ ଏହାର ୫୦ ମିଟର ଅଞ୍ଚଳକୁ ମିନି କନ୍ଣ୍ଟେମେଣ୍ଟ କରିବା ପାଇଁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଅଞ୍ଚଳରେ ୨ ଜଣ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାରୁ ମାଇକ୍ରୋ କନ୍ଣ୍ଟେମେଣ୍ଟ ଘୋଷଣା କରାଯାଇଥିବା ଉପଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଅଞ୍ଚଳକୁ ବ୍ୟାରିକେଟ୍ କରାଯିବା ସହ ଏହି ଅଞ୍ଚଳକୁ ସାଧାରଣ ଲୋକଙ୍କ ଯାତାୟତକୁ ସଂପୂର୍ଣ୍ଣ ବାରଣ କରାଯାଇଛି।
ଏହି ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କ ସ୍ବାସ୍ଥ ଯାଞ୍ଚ ସହ ଲକ୍ଷଣ କିମ୍ବା ସ୍ବାସ୍ଥ ଖରାପ ଥିଲେ କରୋନା ପରୀକ୍ଷା କରାଯିବ ବୋଲି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି। ଏଥିସହ ଏହି ଅଞ୍ଚଳ ସମସ୍ତ ବ୍ୟକ୍ତି ଘରେ ହିଁ ରହିବା ସହ ସମସ୍ତ ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ପ୍ରଶାସନର ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଏହି ମିନି କନ୍ଣ୍ଟେମେଣ୍ଟ ଜୋନ୍ରେ ନିୟମ କଡାକଡି ପାଳନ କରିବା ପାଇଁ ଭଞ୍ଜନଗର ତହସିଲଦାରଙ୍କୁ ନିୟୋଜିତ କରାଯାଇଛି। ଏହି ଅଞ୍ଚଳରେ କିଛି ସଂକ୍ରମିତ ଚିହ୍ନଟ ହେବା ସହ ୨ଜଣଙ୍କ ମୃତ୍ୟୁ ଘଟିଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି।
Follow Us