ଭଦ୍ରକ ପୁରୁଣା ବଜାରରୁ ଉଠିଲା କଣ୍ଟେନମେଣ୍ଟ ଜୋନ କଟକଣା, ଜାରି ରହିବ ଲକଡାଉନ ନିୟମ

Advertisment
ଭଦ୍ରକ ପୁରୁଣା ବଜାରରୁ ଉଠିଲା କଣ୍ଟେନମେଣ୍ଟ ଜୋନ କଟକଣା, ଜାରି ରହିବ ଲକଡାଉନ ନିୟମ

ଭଦ୍ରକ: ଭଦ୍ରକର ପୁରୁଣା ବଜାର ଅଞ୍ଚଳ, ଏରେଇ ଓ ଚରମ୍ପା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଆଜି ପୁରୁଣା ବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କଟକଣା ଉଠାଇ ଦିଆଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କିନ୍ତୁ ସଂପୃକ୍ତ ଅଞ୍ଚଳରେ ଲକଡାଉନ ନିୟମ ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଦୁବାଇ ଫେରନ୍ତା ୨୯ ବର୍ଷିଅ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ସେହିପରି ଚରମ୍ପା ଓ ଏରେଇ ଅଞ୍ଚଳରୁ ୨ ଜଣ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ।

ଭଦ୍ରକରେ ଲକ୍ ଡାଉନ ନିୟମକୁ ପୁଲିସ ପକ୍ଷରୁ ଅଧିକ କଡାକଡି କରାଯାଇଥିବା ବେଳେ କିଛି ଅମାନିଆ ଲୋକ ଏଇ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହେଁ। ନିୟମ ଭାଙ୍ଗି ପ୍ରାୟ ଆଜି ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ୫ ଶହରୁ ଉର୍ଦ୍ଧ୍ବ ବାଇକ ଜବତ କରାଯାଇ ସେମାନଙ୍କ ନିକଟରୁ ଫାଇନ୍ ଆଦାୟ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଗାଡିରେ ସହର ଭିତରେ ବୁଲିବା ଘଟଣା ପୁଲିସର ନଜରକୁ ଆସିଥିଲା। ଭଦ୍ରକ ପୁଲିସ ଏମାନଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସେମାନଙ୍କ ନାମ‌ମରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe