ଲଗାଣ ବର୍ଷା: କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ପୁରୀରେ ତୁହାକୁ ତୁହା ବର୍ଷା ହେଉଛି। ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ ହୋଇଯାଇଛି। ମନ୍ଦିର ପରିସରରେ ପାଣି ଜମି ରହିଛି...

8abz

ପୁରୀ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ତୁହାକୁ ତୁହା ବର୍ଷା ହେଉଛି। ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ  କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ ହୋଇଯାଇଛି। ମନ୍ଦିର ପରିସରରେ ପାଣି ଜମି ରହିଛି। 

ସୂର୍ଯ୍ୟ ମନ୍ଦିରର ପ୍ରବେଶ ରାସ୍ତା ସହିତ ମନ୍ଦିର ବେଢ଼ାରେ ପାଣି ଜମି ରହିଛି। ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି। କେତେକ ପର୍ଯ୍ୟଟକ ପାଣି ଭିତରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଛି। 

ମନ୍ଦିର ପ୍ରଶାସନ  ପକ୍ଷରୁ ପମ୍ପସେଟ୍ ଲଗାଇ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe