୧୦.୪ କେଜି ଗଞ୍ଜେଇ ଜବତ: ୨ ଗିରଫ, ଭୁବନେଶ୍ବର ନେବାକୁ ଟ୍ରେନ୍‌ ଜଗିଥିଲେ

୧୦.୪ କେଜି ଗଞ୍ଜେଇ ଜବତ: ୨ ଗିରଫ, ଭୁବନେଶ୍ବର ନେବାକୁ ଟ୍ରେନ୍‌ ଜଗିଥିଲେ

ରାଉରକେଲା: ମାତ୍ର ସାତ ଦିନର ବ୍ୟବଧାନପରେ ଆଜି ପୁଣି ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିଛି ଆର୍‌ପିଏଫ୍‌-ରେଳବାଇ-ଅବକାରୀ ପୁଲିସ। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ରିତିକ ଗଲଫାତ(୨୧) ଓ ମନୋଜ ପାୱାର(୨୨)। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଅଭିଯୁକ୍ତମାନେ କଲାହାଣ୍ଡିରୁ ଏହି ଗଞ୍ଜେଇ କିଣି ଟ୍ରେନ୍‌ରେ ପ୍ରଥମେ ରାଉରକେଲା ଆଣିଥିଲେ। ଏଠାରୁ ଆଉ ଏକ ଟ୍ରେନ୍‌ରେ ଭୁବନେଶ୍ବରକୁ ନେବାକୁ ରାଉରକେଲା ରେଳ ଷ୍ଟେସନରେ ଟ୍ରେନ୍‌କୁ ଜଗିଥିଲେ। ପ୍ଲାଟ୍‌ଫର୍ମରେ ଏମାନଙ୍କ ଗତିବିଧି ସନ୍ଦେହଜନକ ହୋଇଥିଲା। ଏଣୁ ଆର୍‌ପିଏଫ୍‌ ସେମାନଙ୍କୁ ପଚରାଉଚରା କରିବାରୁ ଗଞ୍ଜେଇ ଚୋରାଚାଲାଣ ବିଷୟରେ ଜଣାପଡ଼ିଥିଲା। ପରେ ଉଭୟଙ୍କୁ ରେଳବାଇ ପୁଲିସ ଉପସ୍ଥିତିରେ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe