ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ 

Advertisment
ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ 

ରାୟଗଡ଼ା: ରାୟଗଡ଼ା ଷ୍ଟେସନରୁ ଆଜି ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ରେଲୱେ ପୁଲିସ୍। ଗଞ୍ଜେଇ ଚାଲାଣରେ ସଂପୃକ୍ତ ଅଭିଯୋଗରେ ପୁଲିସ୍ ପାରଳାଖେମୁଣ୍ଡିର ନାଗା ଆପା ରାଓ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇ ଟ୍ରେନ୍ ଯୋଗେ ଭୋପାଳ ଯାଉଥିବା ରେଲୱେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ବିଶାଖାପାଟଣାରୁ ନିଜାମୁଦ୍ଦିନ୍ (ଦିଲ୍ଲୀ) ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍ ରାୟଗଡ଼ାରେ ପହଞ୍ଚିବା ପୂର୍ବରୁ ଡଗ୍ ସ୍କ୍ବାର୍ଡ ଓ ଆରପିଏଫ୍ ଟିମ୍ ଷ୍ଟେସନରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ଦେହନଜକ ଅବସ୍ଥାରେ ୩ଟି ବ୍ୟାଗ ଓ ଗୋଟିଏ ଅଖା ଧରି ବସିଥିବା ନାଗା ଆପା ରାଓକୁ ପୁଲିସ୍ ଯାଞ୍ଚ କରିବା ପରେ ବ୍ୟାଗରେ ଗଞ୍ଜେଇ ଥିବା ଜଣା ପଡିଥିଲା। ଗଞ୍ଜେଇ ଜବତ କରିବା ପରେ ମାଜିଷ୍ଟ୍ରେଟ୍ ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ରେଲୱେ ପୁଲିସ୍ ଯାଞ୍ଚ କରିଥିଲା। ୩ଟି ବ୍ୟାଗରେ ଥିବା ୬ଟି ପ୍ୟାକେଟରୁ ୨୭ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ବାହାରିଥିଲା। ଯାଞ୍ଚ ଏବଂ ଓଜନ ପରେ ମାମଲା ରୁଜୁ କରି ଗିରଫ ନାଗା ଆପା ରାଓକୁ ପୁଲିସ୍ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe