ବାଇକ୍‌ ସହ ୧୦କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବାଇକ୍‌ ସହ ୧୦କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ବେଳେ ଏକ ବାଇକ ସମେତ ୧୦କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁସାରେ ଗୁରୁବାର ଏକ ବାଇକ୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ଏକ ବିଶ୍ୱସ୍ତ ସୂତ୍ରରୁ  ପାଇ ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀ ଯୋଜନା ପ୍ରସ୍ତୁତ କରି ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ସଡ଼କରେ ରାଇପଦା ନିକଟରେ ଛକି ରହିଥିବା ବେଳେ ପାବୁରିଆରୁ ଏକ ହିରୋ ବାଇକ (ଓଡ଼ି୦୭ଏଚ୫୨୩୩)ରେ ଏକ ବସ୍ତା ରହିଥିଲା ତାକୁ ଯାଞ୍ଚ କଲାବେଳେ ସେଥିରୁ ଗଞ୍ଜେଇ ବାହାରି ଥିଲା। ବାଇକ ଏବଂ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବାଇକ ଚାଳକ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଥାନା ଅନ୍ତର୍ଗତ ବାନ୍ଦାଗୁଡା ଗ୍ରାମର କଂଗ୍ରେସ ଗୌଡ଼ଙ୍କ ପୁଅ ଶିବରାମ ଗୌଡ଼(୨୨)ଙ୍କୁ ଥାନାକୁ ଆଣି ତଦନ୍ତ କରିବା ସହ ୧୦କେଜି ୩୦୦ଗ୍ରାମ ଗଞ୍ଜେଇ ସହ ବାଇକ ଜବତ କରି  ଥାନା କେଶ ନଂ ୪୩/୨୪ ଧାରା୨୦(ବି)ବିଏନଡିପିଏସରେ ମାମଲା ରୁଜୁ କରି ଥାନା ଏସଆଇ ଅନନ୍ତ କୁମାର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରିବା ପରେ ଅଭିଯୁକ୍ତ ର ଡାକ୍ତରୀ ମଇନା ପରେ ଅଭିଯୁକ୍ତକୁ ବାଲିଗୁଡ଼ା ସେସନ୍ସ ଜଜ କୋର୍ଟରେ ହଜାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe