ଗଜପତିରୁ ପୁରୀ ଚାଲାଣ ବେଳେ ବ୍ରହ୍ମପୁରରେ ଧରାହେଲା ୧୬ କୁଇଣ୍ଟାଲ ଗଂଜେଇ

ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଡ୍ରାଇଭର୍‌ ଗିରଫ

ଗଜପତିରୁ ପୁରୀ ଚାଲାଣ ବେଳେ ବ୍ରହ୍ମପୁରରେ ଧରାହେଲା ୧୬ କୁଇଣ୍ଟାଲ ଗଂଜେଇ

ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ପୁରୀକୁ ଚାଲାଣ ହେଉଥିଲା ଗଂଜେଇ। ଏହାର ଆଗୁଆ ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଟିମ୍‌ ପକୁଡ଼ିବନ୍ଧ ଜଙ୍କସନ୍‌ରେ ବ୍ଲକିଂ କରି ଗଂଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଥିଲା। ଯାଞ୍ଚ ପରେ ଭ୍ୟାନ୍‌ର ଡାଲାରେ ପ୍ଲାଷ୍ଟିକ୍‌ ବସ୍ତାରେ ଭର୍ତ୍ତି ରହିଥିବା ୧୬ କୁଇଣ୍ଟାଲ‌ ୪୩ କେଜି ଗଂଜେଇ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ଗାଡ଼ି ଡ୍ରାଇଭର୍‌ କୋଦଳା ଥାନା ସୁମଣ୍ଡଳ ଗ୍ରାମର ଜଗନ୍ନାଥ ସାହୁକୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ପୁରୀକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗଂଜେଇ ଚାଲାଣ କରାଯାଉଥିବା ନେଇ ଖବର ମିଳିଥିଲା। ସେ ନେଇ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ସଂଧ୍ୟାରେ ପକୁଡ଼ିବନ୍ଧ ଜଙ୍କସନ୍‌ରେ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା। ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡ଼ି ଡାଲାରୁ ଗଂଜେଇ ଜବତ ହୋଇଥିଲା। ଜବତ ହୋଇଥିବା ୧୬ କୁଇଣ୍ଟାଲ ୪୩ କେଜି ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୨ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଅବକାରୀ ବିଭାଗ ଚାଲାଣରେ ବ୍ୟବହୃତ ପିକ୍ଅପ୍‌ ଭ୍ୟାନ୍‌ ମଧ୍ୟ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe