ରେଳରେ ଚୋରା ଚାଲାଣ: ୨ ମହିଳା ଅଭିଯୁକ୍ତ ଗିରଫ, ୨୧.୫ କେଜି ଗଞ୍ଜେଇ ଜବତ

Advertisment
ରେଳରେ ଚୋରା ଚାଲାଣ: ୨ ମହିଳା ଅଭିଯୁକ୍ତ ଗିରଫ, ୨୧.୫ କେଜି ଗଞ୍ଜେଇ ଜବତ

ବଲାଙ୍ଗୀର: ଟ୍ରେନ୍‌ ମାଧ୍ୟମରେ ଏବେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଉପଯୁକ୍ତ ମାଧ୍ୟମ ପାଲଟିଛି। ବଲାଙ୍ଗୀର ରେଳବାଇ ସୁରକ୍ଷାବଳ ବଲାଙ୍ଗୀର ଷ୍ଟେସନରୁ ୨ ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୨୧.୫ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ମହିଳାମାନେ ନବରଙ୍ଗପୁର ତୋତା ସାହି ର ଚଞ୍ଚଳା ହରିଜନ (୩୫) ଓ ମାଲକାନଗିରି ବାଲିମେଳାର ରଜନୀ ବାଗ (୨୧) ବୋଲି ସୂଚନା ମିଳିଛି।

ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଉକ୍ତ ମହିଳା ଦ୍ବୟ ସନ୍ଦେହଜନକ ଭାବେ ଷ୍ଟେସନରେ ବସିଥିବା ବେଳେ ରେଳବାଇ କର୍ମଚାରୀମାନେ ତାଙ୍କୁ ପଚରାଉଚୁରା କରିବା ବେଳେ ସେମାନଙ୍କ ପାଖରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ରେଳବାଇ ସୁରକ୍ଷାବଳ ତାଙ୍କୁ ଅଟକ ରଖି ପଚରା ଉଚୁରା କରିବା ସହ ସାମାନ ପତ୍ରର ଯାଞ୍ଚ କରିଥିଲେ। ତାଙ୍କ ପାଖରେ ଥିବା ଗୋଟିଏ ଟ୍ରଲି ବ୍ୟାଗ ଓ ଗୋଟିଏ ବେକପ୍ୟାକରୁ ୪ ଗୋଟି ପଲିଥିନରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯାହାର ଓଜନ ୨୧.୫ କେଜି ରହିଥିଲା। ଉଭୟ ମହିଳା ଭବାନୀପାଟଣାରୁ ରେଳ ଯୋଗେ ଗଞ୍ଜେଇ ଆଣି ବଲାଙ୍ଗୀରରେ ଦେବା ପାଇଁ ଚେଷ୍ଟା କରୁଥିବା ସ୍ୱୀକାର କରିଥିଲେ। ଉଭୟଙ୍କୁ ଗିରଫ କରାଯିବା ପରେ ଅବକାରୀ ବିଭାଗକୁ ହସ୍ତାନ୍ତ କରିଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe