୩୭୫ କେଜି ଗଞ୍ଜେଇ ସହ ମିନି ଟ୍ରକ୍ ଜବତ

Advertisment
୩୭୫ କେଜି ଗଞ୍ଜେଇ ସହ ମିନି ଟ୍ରକ୍ ଜବତ

ରାୟଗଡ଼ା: ବିଷମକଟକ ପୁଲିସ୍ ଆଜି ଦୁର୍ଗୀ ଅଞ୍ଚଳରୁ ୩୭୫ କେଜି ଗଞ୍ଜେଇ ସହ ଏକ ମିନି ଟ୍ରକକୁ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୮ ଲକ୍ଷ ୫୦ ହଜାର ଟଙ୍କା ବୋଲି ପୁଲିସ୍ କହିଛି। ଜବତ ହୋଇଥିବା ମିନି ଟ୍ରକରେ ପିଆଜ ବୋଝେଇ ହୋଇଥିବାରୁ ମାଫିଆମାନେ ପୁଲିସକୁ ଚକ୍କମା ଦେଇ ବିଭିନ୍ନ ଉପାୟରେ ଗଞ୍ଜେଇର ଚୋରା ଚାଲାଣ କରୁଥିବାରୁ ବିଷମକଟକ ପୁଲିସ୍ ଏ ଦିଗରେ ଅଧିକ ତଦନ୍ତ ଚଳାଇଛି। ଆଜି ସକାଳେ ବିଷମକଟକ ପୁଲିସର ଏକ ଟିମ୍ ଦୁର୍ଗୀ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ମିନି ଟ୍ରକ୍ ଦୁର୍ଗୀ ପାସ୍ ହେଉଥିବା ବେଳେ ପୁଲିସକୁ ଦେଖି ଦ୍ରୁତ ଗତିରେ ପଳାଇଥିଲା। ସନ୍ଦେହରେ ପୁଲିସ୍ ଟିମ୍ ପିଛା କରି ମିନି ଟ୍ରକକୁ ଅଟକାଇବା ସହ ଯାଞ୍ଚ କରିବା ପରେ ମିନି ଟ୍ରକରେ ୩୬ଟି ପିଆଜ ବସ୍ତାରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା। ଟ୍ରକକୁ ଥାନାକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍ ଯାଞ୍ଚ କରିବା ପରେ ୩୭୫ କେଜି ଗଞ୍ଜେଇ ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe