ଗଜପତିରୁ ଟ୍ରକ୍‌ରେ ବିହାର ଯାଉଥିଲା ୫୦୦ କିଲୋ ଗଂଜେଇ, ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ

Advertisment
ଗଜପତିରୁ ଟ୍ରକ୍‌ରେ ବିହାର ଯାଉଥିଲା ୫୦୦ କିଲୋ ଗଂଜେଇ, ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ

ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଦେଇ ବିହାରକୁ ଗଂଜେଇ ଚାଲାଣ ନେଇ ଖବର ମିଳିଥିଲା। ଏହାକୁ ଭିତ୍ତି କରି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଆଜି ଭୋର୍‌ ପ୍ରାୟ ୩ଟା ବେଳେ ଫାଷ୍ଟଗେଟ ଛକ ନିକଟରେ ଛକି ରହିଥିଲା। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌କୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଟ୍ରକ୍‌ର ଡାଲାରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତି ରହିଥିବା ବିପୁଳ ପରିମାଣ ଗଂଜେଇ ଜବତ ହୋଇଥିଲା। ଅବକାରୀ ବିଭାଗ ସେଠାରୁ ୫ଶହ କେଜି ଗଂଜେଇ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର୍‌ ଫେରାର୍‌ ହୋଇଯାଇଥିଲା।

ବ୍ରହ୍ମପୁର ଦେଇ ବିଭିନ୍ନ ସମୟରେ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରାଯାଉଛି। ଏକ ଟ୍ରକ୍‌ରେ ବିପୁଳ ପରିମାଣ ଗଂଜେଇ ଚାଲାଣ ହେଉଥିବା ଖବର ମିଳିବା ପରେ ଅବକାରୀ ଟିମ୍‌ ଫାଷ୍ଟଗେଟ ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଅବକାରୀ ବିଭାଗ ଗଂଜେଇ ଭର୍ତ୍ତି ଟ୍ରକ୍‌ ଜବତ କରିଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିସନର୍‌ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି। ଟ୍ରକ୍‌ ମାଲିକଙ୍କୁ ଡକାଯାଇ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ବିଶ୍ବଜିତ ଦାଶ, ଏଏସ୍‌ଆଇ ବ୍ରଜବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe