ସାମ୍ବାଦିକ କହି ଓଡିଶାରୁ ଖସି ଛତିଶଗଡରେ ଧରାପଡିଲା, ୫୦ କିଲୋ ଗଂଜେଇ ସହ ୪ ଗିରଫ

Advertisment
ସାମ୍ବାଦିକ କହି ଓଡିଶାରୁ ଖସି ଛତିଶଗଡରେ ଧରାପଡିଲା, ୫୦ କିଲୋ ଗଂଜେଇ ସହ ୪ ଗିରଫ

ମାଲକାନଗିରି: ଗଂଜେଇ ନେଇ ମାଲକାନଗିରି ଜିଲ୍ଲାରୁ ନିଜକୁ ସାମ୍ବାଦିକ କହି ଖସି ପଳାଉଥିବା ବେଳେ ଛତିଶଗଡର ମହାସମୁନ୍ଦରେ ଧରାପଡିଲା। ୫୦ କିଲୋ ଗଂଜେଇ ସହ ୪ ଜଣ ଗିରଫ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଛତିଶଗଡରେ ବର୍ତ୍ତମାନ ଲକଡାଉନ ଚାଲିଥିବା ବେଳେ ପୁଲିସର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜୋରଦାର ରହିଛି।

ସେହିପରି ଅନ୍ତଃରାଜ୍ୟ ଚେଷ୍ଟ ପୋଷ୍ଟଗୁଡିକରେ ପୁଲିସ ଓଡିଶାରୁ ଯାଉଥିବା ଗାଡି ଏବଂ ଛତିଶଗଡରୁ ଆସୁଥିବା ଗାଡିଗୁଡିକକୁ ଯାଞ୍ଚ କରୁଛି।ତେବେ ଓଡିଶାରୁ ଏକ କାରରେ ଗଂଜେଇ ଲଦି ଛତିଶଗଡ ସୀମା ପାର ହେଉଥିବା ବେଳେ ରେହଟିଖୋଲ ନିକଟରେ କାରକୁ ଅଟକାଯାଇଥିଲା କିନ୍ତୁ କାର ନଅଟକି କ୍ଷୀପ୍ର ଗତିରେ ଚାଲିଯାଇଥିଲା।

ଏନେଇ ପୁଲିସକୁ ଖଭର ଦିଆଗଲା ଯେ ଏକ କାର ଓଡିଶା ପଟରୁ ଆସି କ୍ଷୀପ୍ର ଗତିରେ ସରିଆପାଲୀ ପଟେ ଯାଉଛି। ତୁରନ୍ତ ପୁଲିସ ଏନଏଚ-୫୩ରେ ରାସ୍ତା ରୋକ କରି କାରକୁ ଅଟକାଇଥିଲା। ସିଜି-୭-୯୮୭୭ ନମ୍ବର ବିହୀନ ଏହି କାର ମାଲକାନଗିରିରୁ ଛତିଶଗଡ ଅଭିମୁଖେ ଯାଉଥିଲା। ପୁଲିସ ଅଟକାଇ ପଚରାଉଚରା କରିବା ପରେ ଏହି କାରରେ ବସିଥିବା ରାଜନିଶ ପାଣ୍ଡେ ନାମକ ଯୁବକ ନିଜକୁ ଦବଙ୍ଗ ଦୁନିଆ ନାମକ ଏକ ଵେବ ଚ୍ୟାନଲର ସାମ୍ବାଦିକ କହି ପୁଲିସ ସହ ଯୁକ୍ତିତର୍କ କଲା।ପୁଲିସ ଗାଡି ଯାଞ୍ଚ ପାଇଁ ଜବରଦସ୍ତ କରିଥିଲା।ପରେ ଗାଡିରୁ ୫୦ କିଲୋ ଗଂଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଂକା ହେବ ବୋଲି ପୁଲିସ କହିଛି। ତୁରନ୍ତ ସାମ୍ବାଦିକ ବଲାଉଥିବା ଯୁବକ ସହ ଧନଞ୍ଜୟ ଶ୍ରୀବାସ୍ତବ,ବିନୋଦ ମହବିୟା ଏବଂ ଧନାନନ୍ଦ ବେହେରାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କକ ଟାରୁ ୨୧ ଶହ ଟଂକା ଏବଂ ୪ଟି ମୋବାଇଲ ଜବତ କରିଛି। ଲକଡାଉନ ଥିବାରୁ ଓଡିଶାରୁ ଗଂଜେଇ ନେଇ ଖସି ପଳାଇଲେ ମଧ୍ୟ ଛତିଶଗଡରେ କଡାକଡି ଯାଞ୍ଚ ହେଉଥିବାରୁ ଗଂଜେଇ ଧରାପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe