ଗଞ୍ଜେଇ ଲୋଡ୍ ପୂର୍ବରୁ ପୁଲିସର ଚଢ଼ଉ; ୧କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗରିଫ

Advertisment

ପିସ୍ତଲ ସହ ପିକଅପ୍ ଓ ବାଇକ ଜବତ

ପିସ୍ତଲ ସହ ପିକଅପ୍ ଓ ବାଇକ ଜବତ

ଗଞ୍ଜେଇ ଲୋଡ୍ ପୂର୍ବରୁ ପୁଲିସର ଚଢ଼ଉ; ୧କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗରିଫ

ଜୟପୁର: ପିକଅପ୍ ଗାଡିରେ ଗଞ୍ଜେଇ ଲୋଡ୍ ହୋଇଥିଲା। ପାଖାପାଖି ୧୦ ଜଣ ଲୋକ ଗାଡି ପାଖରେ ଜମା ହୋଇଥିଲେ। ବଡ ଗାଡି ସେଠାକୁ ଆସିଥାନ୍ତା, ପିକଅପ୍ ଗାଡିରେ ଥିବା ଗଞ୍ଜେଇକୁ ବଡଗାଡିରେ ଲୋଡ୍ କରାଯାଇଥାନ୍ତା। ଏଥିପାଇଁ ସମସ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇଥିଲେ। କୌଣସି ଅସୁବିଧା ହେଲେ ସାମ୍ନା କରିବା ପାଇଁ ସେମାନେ ପିସ୍ତଲ ମଧ୍ୟ ଧରିଥିଲେ। କିନ୍ତୁ ଯୋଜନା ସବୁ ପଣ୍ଡ ହୋଇଗଲା। ଖବର ପାଇ ଘଟଣାସ୍ଥଳରେ ଜୟପୁର ସଦର ପୁଲିସ ପହଞ୍ଚି ଚାରିପଟି ଘେରିଯାଇଥିଲେ। ୨ ଜଣ ଅଭିଯୁକ୍ତ ପୁଲିସ ହାତରେ ଧରାପଡିଥିବା ବେଳେ ବହୁ ଅଭିଯୁକ୍ତ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ଏଥିରେ ଚଢ଼ଉରେ ୧୨ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ପିସ୍ତଲ ଧରାପଡିଛି।
କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା।

ଜୟପୁର ସଦରଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ନିକଟରେ ଗତକାଲି ସନ୍ଧ୍ୟା ସାଢ଼େ ୬ଟା ବେଳେ ଗୋଟିଏ ପିକଅପ୍ ଗାଡି (ଓଆର୍ ୧୦ ଏ ୯୭୯) ଗାଡିରେ ଗଞ୍ଜେଇ ଲୋଡ୍ ହୋଇ ରହିଥିଲା। ସେଠାରେ ୨ଟି ବାଇକ୍ ଯଥା ଟିଭିଏସ୍ ଆପାଚି (ଓଡି ୧୦ ଏଫ୍ ୨୨୩୦) ଓ ୟାମାହା ଏମ୍ଏଫ୍-୧୫ (ଓଡି ୧୦ ଏସ୍ ୩୭୯୩) ଗାଡି ରହିଥିଲା। ପିକଅପ୍ ଗାଡି ନିକଟରେ ପାଖାପାଖି ୧୦ ଜଣ ବ୍ୟକ୍ତି ଜମା ହୋଇଥିଲେ। ସଦରପୁଲିସ ଖବର ପାଇବା ପରେ ଥାନା ଅଧିକାରୀ ଆଦିତ୍ୟ ମହାକୁର ଟିମ୍ ନେଇ ସେଠାରେ ପହଞ୍ଚିଥିଲେ। ସମସ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ପୁଲିସକୁ ଦେଖି ଅଭିଯୁକ୍ତମାନେ କିଏ କେଉଁଆଡକୁ ଦୌଡି ପଳାଇଥିେଲେ। କିନ୍ତୁ ପୁଲିସ ହାତରେ ୨ ଜଣ ଅଭିଯୁକ୍ତ ଧରାପଡିଥିଲେ।

ପିକଅପ୍ ଗାଡିରେ ଥିବା ଗଞ୍ଜେଇକୁ ଓଜନ କରିବାରୁ ସେଥିରେ ୧୨ ଶହ ୪୩ କିଲୋ ଗଞ୍ଜେଇ ରହିଥିବା ଜଣାପଡିଥିଲା ଯାହାର ମୂଲ୍ୟ ଏକ କୋଟି ୨୦ ଲକ୍ଷ ଟଙ୍କାର ରହିଛି। ଏନେଇ ଜୟପୁର ସଦରଥାନାରେ ପୁଲିସ ୧୨୦/୨୧ ନମ୍ବରରେ ମାମଲା ରୁଜୁ କରିଛି। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗଞ୍ଜେଇ ଲୋଡ୍ ହୋଇଥିବା ପିକଅପ୍ ଗାଡି, ୨ଟି ବାଇକ୍ ଓ ୪ଟି ମୋବାଇଲ୍ ଜବତ କରିଛି। ଧରାପଡିଥିବା ୨ ଅଭିଯୁକ୍ତ ନନ୍ଦପୁର ଥାନା ଅନ୍ତର୍ଗତ ପେଟା ଗ୍ରାମର ପ୍ରଦୀପ ପ୍ରଧାନ (୨୮) ଓ ଜୟପୁର ସହରର ଜୟନଗରର ଅବିନାଶ ମହାରଣା (୨୩)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତି ରହିଥିବା ୯ ଜଣ ଅଭିଯୁକ୍ତ ଫେରାର ଥିବା ନେଇ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe