ଉତ୍ତରପ୍ରଦେଶକୁ ଚାଲାଣ ଉଦ୍ୟମ ବିଫଳ: ୨୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ୨ ଗିରଫ

Advertisment
ଉତ୍ତରପ୍ରଦେଶକୁ ଚାଲାଣ ଉଦ୍ୟମ ବିଫଳ: ୨୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ୨ ଗିରଫ

ମାଲକାନଗିରି: ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସ୍‌ସି ୧୪ କଲୋନିରେ ପୁଲିସ ଅତର୍କିତ ଚଢ଼ାଉ କରି ୬ କୁଇଣ୍ଟାଲ ୨୧ କିଲୋ ଗଂଜେଇ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଗଂଜେଇ ମାଫିଆମାନେ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ଅନ୍ତରାଜ୍ୟକୁ ଗଂଜେଇ ଚାଲାଣ କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ଗୁପ୍ତ ସୂଚନା ପାଇବା ପରେ ଚିତ୍ରକୋଣ୍ଡା ଥାନା ପୁଲିସ ଗୁଣ୍ଠାବାଡ଼ା ପଞ୍ଚୟାତ ଅନ୍ତର୍ଗତ ଆରଏସ୍‌ସି-୧୪ ନମ୍ବର ଛକ ଠାରେ ଚଢ଼ାଉ କରିଥିଲା। ପୁଲିସ ଉତ୍ତରପ୍ରଦେଶ ବାସିନ୍ଦା ବସିର ଅହମ୍ମଦ ଓ ବିହାର ନିବାସୀ ବିଶ୍ୱ କୁମାରଙ୍କ ଠାରୁ ୬.୨୧ କୁଇଣ୍ଟାଲ ଗଂଜେଇ ଜବତ କରିଥିଲା। ଏହି ଦୁଇ ଜଣ ଏହି ସବୁ ଗଂଜେଇକୁ ଉତ୍ତରପ୍ରଦେଶ ନେବାକୁ ପ୍ରସ୍ତୁତି କରୁ ଥିବାବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଦୁଇ ଆସାମୀକୁ ଆଜି ଚିତ୍ରକୋଣ୍ଡା ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe