୩ ଲକ୍ଷ ଟଙ୍କାର ଗଞ୍ଜେଇ କୋରାପୁଟରୁ ଛତିଶଗଡ଼ ଚାଲାଣ ବେଳେ ଧରାପଡ଼ିଲେ ୩ ଅଭିଯୁକ୍ତ

Advertisment
୩ ଲକ୍ଷ ଟଙ୍କାର ଗଞ୍ଜେଇ କୋରାପୁଟରୁ ଛତିଶଗଡ଼ ଚାଲାଣ ବେଳେ ଧରାପଡ଼ିଲେ ୩ ଅଭିଯୁକ୍ତ

ଜୟପୁର: ସ୍ଥାନୀୟ ବାଲିଆ ବ୍ରିଜ ନିକଟରେ ବିନା ନମ୍ବର ଥିବା ବୋଲେରୋରେ ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଜୟପୁର ସଦର ପୁଲିସ। ପାଖାପାଖି ୫୬ କେଜି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଧରା ପଡିଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଗିରଫ ହୋଇଥିବା ଯୁବକମାନେ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ଅନ୍ତର୍ଗତ ରାମଗୁଡା ଗାଁର ସନିଆ ପୂଜାରୀଙ୍କ ପୁଅ ରାମ ପୂଜାରୀ(୩୨), ଦୁର୍ଗାଯୋଡି ଗାଁର ଲଚ୍ଛିମ ଓଡିଙ୍କର ପୁଅ ବେଣୁଧର ଓଡି(୨୨) ଓ ବେପାରିଗୁଡା ଥାନା ଖଟଣୀକୁଣ୍ଡର ରାମାନାଥ ଗଟଣଙ୍କର ପୁଅ ରୁକାଧର ଗଟଣ(୨୦)।

ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏଥିରେ ଗୋଟିଏ ନମ୍ବର ବିହୀନ ବୋଲେରୋ, ୩ଟି ମୋବାଇଲ ଓ ୧୨ ଶହ ଟଙ୍କା ଜବତ କରିଛି। ଅଭୁଯୁକ୍ତମାନେ ସହରରୁ ଗଞ୍ଜେଇ ଧରି ଛତିଶଗଡ ଆଡେ ଯିବା ବେଳେ ପୁଲିସ ମାଡି ବସିଥିଲା।

publive-image

ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୭ଟା ୩୦ବେଳେ ଜୟପୁର ସହର ଆଡୁ ଏକ ନମ୍ବର ବହୀନ ଧଳାରଙ୍ଗର ବୋଲେରୋରେ ବାଲିଆ ଆଡକୁ ଯାଉଥିବା ଖବର ପାଇଥିଲେ ଓଆଇସି ଆଦିତ୍ୟ ମାହାକୁର। ସେ ବୋଲେରୋକୁ ପିଛା କରି ବାଲିଆ ବ୍ରିଜ ନିକଟରେ ଧରିଥିଲେ। ମାଜିଷ୍ଟ୍ରେଇଟଙ୍କ ଉପସ୍ଥିତିରେ ଯାଞ୍ଚ କରିବା ପରେ ଗାଡିରେ ପ୍ୟାକେଟ ଭର୍ତ୍ତି ଗଞ୍ଜେଇ ଥିବା ଜଣାପଡିଥିଲା। ଏନେଇ ପୁଲିସ ୧୯୩/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe