ଜୟପୁରରୁ ହରିଆଣା ଚାଲାଣ ବେଳେ ୩୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ୫ ଗିରଫ

Advertisment
ଜୟପୁରରୁ ହରିଆଣା ଚାଲାଣ ବେଳେ ୩୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ୫ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରୁ ହରିୟାଣା ଚାଲାଣ ହେଉଥିବା ବେଳେ ପୁଲିସ ୩୧୦ କିଲୋ ଗଂଜେଇ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ୩୦ ଲକ୍ଷ ବୋଲି ପୁଲିସ କହିଛି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଛଗଡ଼ ଦୁର୍ଗ ଜିଲ୍ଲାର ସନ୍ତାରିବାଡ଼ି ଗାଁର ରହିସୁଦ୍ଦିନଙ୍କ ପୁଅ ମହମ୍ମଦ ଅସିଫ (୨୯), ବୁଧାନା ଗାଁର ଇବ୍ରାହୀମ୍‌ ଅନସାରୀଙ୍କ ପୁଅ ନାସିର ଅନସାରୀ (୨୮), କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଅଧୀନ ମାଲିଦାମ୍ବଗୁଡ଼ା ଗାଁର ଘାସିରାମ ହରିଜନଙ୍କ ପୁଅ ନବୀନ ହରିଜନ (୨୪), ହରିଆଣାର ଫରିଦାବାଦ ଥାନା ଅଧୀନ ଉଦିତ ନାରାୟଣ ମିଶ୍ରଙ୍କ ପୁଅ ଦୁର୍ଗା ନନ୍ଦୁ ମିଶ୍ର (୫୨) ଓ କୋରାପୁଟ ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡ଼ା ଗାଁର ରବି କନ୍ଧପାଣିଙ୍କ ପୁଅ କାର୍ତ୍ତିକ କନ୍ଧପାଣି (୩୬)।

ଗଂଜେଇ ଚୋରା ଚାଲାଣ ନେଇ ଜୟପୁର ସଦର ପୁଲିସର ଓଆଇସି ଏ ମହାକୁରଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଯୋଜନା ମୁତାବକ ୨୬ ନମ୍ବର ଜାତୀୟ ରାଜପଥର ଶିବ ମନ୍ଦିର ନିକଟରେ ଥିଲା। ଗଂଜେଇ ଭର୍ତ୍ତି ଗାଡ଼ି ସେଠାରେ ପହଂଚିବା ପରେ ଚଢ଼ାଉ କରିଥିଲା। ସେହି ସମୟରେ ୨ଟି ଗାଡ଼ିରେ ଗଂଜେଇ ଭର୍ତ୍ତି ହୋଇଥିଲା।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩୧୦ କିଲୋର ଗଂଜେଇ, ୫ଟି ମୋବାଇଲ, ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା, ଏକ କଣ୍ଟେନର (ଏନ୍‌ଏଲ୍‌-୦୧-କେ-୬୧୨୨), ଏକ ନମ୍ବର ବିହୀନ କାର, ଏକ ନମ୍ବର ବିହୀନ ପଲସର ବାଇକ, ଏକ ନମ୍ବର ବିହୀନ ଏଚ୍‌ଏଫ ବାଇକ୍‌, ଏକ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe