୫୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଯୁବକ ଗିରଫ

Advertisment
୫୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଯୁବକ ଗିରଫ

ଆରଡି: ଭଦ୍ରକ ଜିଲା ଆରଡିପୀଠ ଫାଣ୍ଡି ନିକଟସ୍ଥ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ନିକଟରୁ ପୁଲିସ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ସେମାନଙ୍କ ଠାରୁ ପାଖାପାଖି ଅଢେଇ କିଲୋ ଗଞ୍ଜେଇ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ହେବ। ଏହି ବେପାରୀ ୨ଜଣ ଯାଜପୁର ଜିଲାରୁ ନିୟମିତ ଭାବେ ଆସି ଆରଡି ଓ ଆଖପାଖ ଅଞ୍ଚଳକୁ ଗଞ୍ଜେଇ ଆଣି କିଛି ଚୋରା ବେପାରୀଙ୍କୁ ଦେଇଥାନ୍ତି। ଏଥି ସହ ସେମାନେ ଅନ୍ୟ ନିଶା ଜିନିଷ ମଧ୍ୟ ଆଣି ବେପାର କରିଥାନ୍ତି।

publive-image

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଉକ୍ତ ବେପାରୀଙ୍କ ଉପରେ ଆରଡି ପୁଲିସ ନଜର ରଖିଥିଲା। ଏହି ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ସମସ୍ତ ଷ୍ଟାଫ ଆଖଣ୍ଡଳମଣି ମୁଖ୍ୟରାସ୍ତାର ହନୁମାନଛକ ନିକଟରେ ସାଧା ପୋଷାକରେ ଜଗି ରହିଥିଲା। ବେପାରୀ ୨ଜଣ ଏକ କାରରେ ଚୋରା ଗଞେଇ ଆଣୁଥିବା ସମୟରେ କାବୁ କରିଥିଲେ। କାରରେ ଥିବା ୨ ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୨କେଜି ଗଞ୍ଜେଇ ଜବତ କରିଥିଲେ। ଏହି ଚଢାଉ ସମୟରେ ଫାଣ୍ଡିଅଧିକାରୀ ଶ୍ରୀ ନାୟକଙ୍କ ସହ ହାବିଲଦାର ରମେଶ ମଲିକ, ଯଯାତି ପ୍ରଧାନ, ଗୌତମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅଭିଯୁକ୍ତଙ୍କୁ ଅଧିକ ପଚାରାଉଚରା ପାଇଁ ଧୁଷୁରୀ ଥାନାକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe