ସବୁଜ ଜହର ନେଇ ଚଢାଉ: ୯ ହଜାର ଗଂଜେଇ ଗଛକୁ ନଷ୍ଟ କଲା ପୁଲିସ

Advertisment
ସବୁଜ ଜହର ନେଇ ଚଢାଉ: ୯ ହଜାର ଗଂଜେଇ ଗଛକୁ ନଷ୍ଟ କଲା ପୁଲିସ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ଏବଂ ପଦ୍ନପୁର ଅଂଚଳରେ ଏକର ଏକର ଜାଗାରେ ଗଂଜେଇ ଚାଷ କରାଯାଇଥାଏ। ପ୍ରତିବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଗଂଜେଇ ଅମଳ କରିବାର ସମୟ ରହିଥିବା ବେଳେ ପୁଲିସ ଚଢାଉ କରି ଏହି ଗଂଜେଇ ଗଛକୁ ନଷ୍ଟ କରିବାରେ ନିଜର ପାରିବା ପଣିଆ ଦେଖାଇଥାଏ।

ଚଳିତ ବର୍ଷ ମଧ୍ୟ ସବୁଜ ଜହରର ମୁଳତ୍ପାଟନ ପାଇଁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପୁଲିସ।ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦେଶକ୍ରମେ ଚନ୍ଦ୍ରପୁର ପୁଲିସ ତରଫରୁ ଏକ ଟିମ ଗଠନ କରାଯାଇ କାଡିସୁର ଅଂଚଳରେ ଲଗାଯାଇଥିବା ୩ ଏକର ଗଂଜେଇ ଚାଷକୁ ନଷ୍ଟ କରାଯାଇଛି।ଗଛଗୁଡିକକୁ କାଟି ନିଆଁ ଲଗାଇ ପୋଡି ଦିଆଯାଇଛି।ସେହିପରି ପଦ୍ମପୁର ଥାନା ଅଂଚଳର ଜିଡିପଦର ଗ୍ରାମରେ ଲାଗିଥିବା ୬ ଏକର ଜମିର ଗଂଜେଇ ଗଛକୁ ନଷ୍ଟ କରାଯାଇଛି।ପ୍ରାୟ ୯ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ଜଣାପଡିଛି।ଯାହାର ମୂଲ୍ୟ ପ୍ରାୟ ୧ କୋଟି ୩୫ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି।ପୂର୍ବରୁ ମଧ୍ୟ ପୁଲିସ ତରଫରୁ ଜୋରଦାର ଚଢାଉ କରାଯାଇ ଗଂଜେଇ ଗଛକୁ ନଷ୍ଟ କରାଯାଇସାରିଲାଣି।ଆଗକୁ ମଧ୍ୟ ଏହି ଚଢାଉଜାରି ରହିବ ବୋଲି କୁହାଯାଇଛି।ଏସବୁ ଅଂଚଳ ନକ୍ସଲ ପ୍ରବଣ ହୋଇଥିବାରୁ କଡା ସୁରକ୍ଷା ମଧ୍ୟରେ ଯିବାକୁ ପଡିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe