ଭଞ୍ଜନଗର : ଖଣ୍ଡାରେ ହାଣି ଯୁବ ଠିକାଦାରଙ୍କୁ ହତ୍ୟା

Advertisment
ଭଞ୍ଜନଗର : ଖଣ୍ଡାରେ ହାଣି ଯୁବ ଠିକାଦାରଙ୍କୁ ହତ୍ୟା

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏସ ନୂଆଗାଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।
ପୁଲିସ ସୂତ୍ରରୁ ମଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏସ ନୂଆଗାଁ ଗ୍ରାମର ଯୁବ ଠିକାଦାର ପୀତବାସ ମଳିକ ନିଜ ବାଇକ ଯୋଗେ ଘରକୁ ପେରୁଥିବା ବେଳେ ଘର ଠାରୁ ଅଳ୍ପ ଦୂରରେ କେତେକ ଦୁର୍ବୃତ୍ତ ତାଙ୍କୁ ଭୂଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ହାତ ଓ ଛାତିରେ ଗଭୀର ଆଘାତ ଲାଗିବା ସହିତ ସେ ବାଇକରୁ ପଡ଼ିଯାଇଥିଲେ। ତେବେ ପୀତବାସଙ୍କ ଚିତ୍କାର ଶୁଣି ଗାଁ ଲୋକେ ଓ ପରିବାର ଲେକେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନ ଫେରାର ହୋଇ ଯାଇଥିଲେ। ମାତ୍ର ଡାକ୍ତରଖାନା ନେବା ପୂର୍ବରୁ ଘଟଣାସ୍ଥଳରେ ହିଁ ପୀତବାସଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବିଳମ୍ବିତ ରାତିରେ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe