ଫକୀରମୋହନଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ବିବାଦୀୟ ମନ୍ତବ୍ୟ

Advertisment

ୱେବ୍‌ ଚ୍ୟାନେଲରେ ବିଜେପିର ଜଣେ ଯୁବନେତା ଫକୀରମୋହନ ସେନାପତିଙ୍କ ପ୍ରତି ଅସମ୍ମାନଜନକ ଶବ୍ଦ ପ୍ରୟୋଗ କରିଥିବା ଯୋଗୁ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ଶାନ୍ତିକାନନଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ତାଙ୍କର ବକ୍ତବ୍ୟକୁ ନିନ୍ଦା କରାଯାଇଛି।

Updated On

ୱେବ୍‌ ଚ୍ୟାନେଲରେ ବିଜେପିର ଜଣେ ଯୁବନେତା ଫକୀରମୋହନ ସେନାପତିଙ୍କ ପ୍ରତି ଅସମ୍ମାନଜନକ ଶବ୍ଦ ପ୍ରୟୋଗ କରିଥିବା ଯୋଗୁ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ଶାନ୍ତିକାନନଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ତାଙ୍କର ବକ୍ତବ୍ୟକୁ ନିନ୍ଦା କରାଯାଇଛି।

ଅଦ୍ୟତନ ହୋଇଛି
Controversial comments of BJP Youth Morcha President against Fakir Mohan

ବାଲେଶ୍ୱର:  ଏକ ୱେବ୍‌ ଚ୍ୟାନେଲରେ ଅଭିଳାଷ ପଣ୍ଡା ନାମକ ବିଜେପିର ଜଣେ ଯୁବନେତା ଫକୀରମୋହନ ସେନାପତିଙ୍କ ପ୍ରତି ଅସମ୍ମାନଜନକ ଶବ୍ଦ ପ୍ରୟୋଗ କରିଥିବା ଯୋଗୁ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ  ଶାନ୍ତିକାନନଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ତାଙ୍କର ବକ୍ତବ୍ୟକୁ ନିନ୍ଦା କରାଯାଇଛି। 

ଫକୀରମୋହନ ଇଂରେଜମାନଙ୍କୁ ତେଲ ମାଲିସ କରୁଥିଲେ ବୋଲି ଯାହା ସେ ଆପତ୍ତିଜନକ ବକ୍ତବ୍ୟ ରଖିଛନ୍ତି। ମନେହୁଏ ସେ ଫକୀରମୋହନଙ୍କର କୌଣସି ଗ୍ରନ୍ଥ କିମ୍ବା ତାଙ୍କ ଜୀବନୀ ଅଧ୍ୟୟନ କରିନାହାନ୍ତି।

ଫକୀରମୋହନ ବାଲେଶ୍ୱରରୁ ଜାତୀୟ କଂଗ୍ରେସର ପ୍ରତିନିଧିତ୍ୱ କରିଥିଲେ। ଦେଶ ପାଇଁ ଲଢ଼ୁଥିବା ଗୋପବନ୍ଧୁଙ୍କର ଫକୀରମୋହନ ଜଣେ ଉତ୍ତମ ବନ୍ଧୁ ଥିଲେ। ଗାନ୍ଧିଜୀଙ୍କର ଅରଟରେ ସୂତା କାଟିବାର ବହୁ ପୂର୍ବରୁ ସେ ଅରଟକୁ ଉପଯୋଗ କରିବାପାଇଁ ପ୍ରବନ୍ଧ ରଚନା କରିଥିଲେ। ଲୁଣ ମାରିବା ପାଇଁ ଏବଂ ବିଦେଶୀ ସାମଗ୍ରୀ ବର୍ଜନ ପାଇଁ ସମଗ୍ର ଭାରତବର୍ଷରେ ଫକୀରମୋହନ ହିଁ ପ୍ରଥମେ ସ୍ୱର ଉଠାଇଥିଲେ।

ଛ’ମାଣ ଆଠଗୁଣ୍ଠର ଅସୁରଦିଘୀ ପରିଚ୍ଛେଦରେ ଫକୀରମୋହନ ଇଂରେଜମାନଙ୍କୁ ଯେପରି ବ୍ୟଙ୍ଗ କରିଛନ୍ତି ତାହାର ତୁଳନା ନାହିଁ। ଫକୀରମୋହନ ଧରଣୀଧରଙ୍କ ଠାରୁ ନିଜ ଜୀବନକୁ ରକ୍ଷା କରିବା ପାଇଁ ଇଂରେଜମାନଙ୍କର ସାହାଯ୍ୟ ଲୋଡ଼ିଥିଲେ।

ଧରଣୀଧରଙ୍କ ପ୍ରତି ତାଙ୍କର ସେପରି ଶତ୍ରୁତା ନ ଥିଲା ଓ ଶେଷ ଜୀବନରେ ତାଙ୍କ ପ୍ରତି ଫକୀରମୋହନ ସହାନୁଭୂତି ପ୍ରକାଶ କରିଛନ୍ତି। ଏହା ସତ୍ତ୍ୱେ ବି ଫକୀରମୋହନଙ୍କ ବିଷୟରେ ଅଧ୍ୟୟନ ନ କରି  ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁରକ୍ଷା କରିଥିବା ସାହିତ୍ୟିକଙ୍କ ବିରୋଧରେ ବକ୍ତବ୍ୟ ପ୍ରଦାନ କରିବା ଓଡ଼ିଆ ଜାତି ପ୍ରତି ଅପମାନ ବୋଲି ବୈଠକରେ ସମସ୍ତେ ମତ ଦେଇଥିଲେ।

ଅଧିକ ପଢ଼ନ୍ତୁ:ଆଧାର କାର୍ଡ ସଂଶୋଧନ ଲାଗି ଦଳାଚକଟାରେ ୫ ମହିଳା ଓ ଶିଶୁ ଗୁରୁତର

ସର୍ବସମ୍ମତିକ୍ରମେ ଏପରି ଅସୌଜନ୍ୟ ବକ୍ତବ୍ୟକୁ ଘୋର ନିନ୍ଦା କରାଯାଇଥିଲା ବୋଲି ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସଂପାଦକ ଦୀପକ ବୋଷ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ:ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe