କଲେଜ୍ ସଭାପତି ପଦକୁ ନେଇ ବିବାଦ

କଲେଜ୍ ସଭାପତି ପଦକୁ ନେଇ ବିବାଦ

YouTube

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ମହିମା କଲେଜର ପରିଚାଳନା ସମିତି ସଭାପତି ପଦକୁ ନେଇ ବିବ‌ାଦ ଘନେଇବାରେ ଲାଗିଛି। ସ୍କୁଲ ପରିଚାଳନା କମିଟିର ସଭାପତି ଭ‌ାବେ ସ୍ଥାନୀୟ ଜନୈକ ସାମାଜିକ କର୍ମୀ ଗୌତମ ବେହେରାଙ୍କ ନାମକୁ ଉଚ୍ଚ ଶିକ୍ଷା ବିଭାଗ ମଞ୍ଜୁରି ଦେଇଛି।

କିନ୍ତୁ ଶ୍ରୀ ବେହେରା ଉକ୍ତ ପଦ ପାଇଁ ‌ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଇ ଜିଲ୍ଲା ପରିଷଦ ଜୋନ୍‌ ୧ ସଦସ୍ୟ ସନତ ସିଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ଉକ୍ତ ଅଭିଯୋଗପତ୍ର ଆଧାରରେ ତଦନ୍ତ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିବା ଜଣାପଡ଼ିଛି। ଏସମ୍ପର୍କରେ ଶ୍ରୀ ସିଂଙ୍କୁ ପଚାରିବାରେ, ତାଙ୍କ ଅନୁପସ୍ଥିତିରେ ବୈଠକ ହୋଇଥିବା ବେଳେ ଲୋକେ ଯାହା ଅଭିଯୋଗ କଲେ ସେହି ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe