୨୦୦୬ ମସିହା ରୂପକ ହତ୍ୟାକାଣ୍ଡ ମାମଲା, ଦ୍ବିତୀୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Advertisment
ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ଘଟଣା: ସୁପରଭାଇଜରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ

Image Courtesy of India Today

ପୁରୀ: ୨୦୦୬ ମସିହାରେ ପୁରୀ ଚୁଡଙ୍ଗସାହି ମାତାଗୋସେଇଁ ଲେନ୍ ରୂପକ ଦାସ ହତ୍ୟାକାଣ୍ଡ ମାମଲା ଘଟଣାରେ ମାନ୍ୟବର ଜିଲ୍ଲା ଦୌରାଜଜ୍ ସନ୍ତୋଷ କୁମାର ଜେନା ଦ୍ବିତୀୟ ଅଭିଯୁକ୍ତକୁ ଆଜି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୦୮ ମସିହାରେ ପ୍ରଥମ ଅଭିଯୁକ୍ତକୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆଜୀବନ ଦଣ୍ଡାଦେଶ ପାଇଥିବା ଦୁଇ ଅଭିଯୁକ୍ତ ହେଲେ ଦୁଇଭାଇ ସଞ୍ଜୟ ସାହୁ ଓ ରଞ୍ଜୟ ସାହୁ।

୨୦୦୮ରେ ରଞ୍ଜୟ ସାହୁକୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଥିବା ବେଳେ ୨୦୧୪ରେ ଗିରଫ ହୋଇଥିବା ଅଭିଯୁକ୍ତ ସଂଜୟ ସାହୁକୁ ଆଜି ଦଣ୍ଡାଦେଶ କରାଯାଇଛି। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୨୦୦୬ ଡିସେମ୍ବର ୧୮ରେ ଚୁଡ଼ଙ୍ଗ ସାହି ମାତା‌ଗୋସାଇଁ ଲେନର ରୂପକଙ୍କୁ ସଞ୍ଜୟ ଓ ରଞ୍ଜୟ ଘରୁକୁ ଡାକି ନେଇ ସ୍କ୍ରୁ-ଡ୍ରାଇଭରରେ ଭୁଷି ହତ୍ୟା କରିଥିଲେ। ମାମଲାର ତଦନ୍ତକାରୀ ଅଧିକାରୀ ଟାଉନ ଥାନା ଇନ୍‌ସ୍ପେକ୍ଟର ଅଲେଖ ଚନ୍ଦ୍ର ପହୀ ଘଟଣାସ୍ଥଳରୁ ଅଭିଯୁକ୍ତ ରଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ସଞ୍ଜୟ ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe