କୋରାପୁଟ ଓ ନବରଙ୍ଗପୁରର ମକା ମଞ୍ଜି ଗଲା ବାଂଲାଦେଶ

ବୋରିଗୁମ୍ମା ଜୟପୁର ରାସ୍ତା ଅବସ୍ଥା ଖରାପ ଥିବାରୁ ବ୍ୟବସାୟୀ ମୁହାଉଛନ୍ତି କେସିଙ୍ଗା

କୋରାପୁଟ ଓ ନବରଙ୍ଗପୁରର ମକା ମଞ୍ଜି ଗଲା ବାଂଲାଦେଶ

photo-123rf.com

ଜୟପୁର: କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାର ମକା ମଞ୍ଜି ଆଜି ବାଂଲାଦେଶକୁ ଯାଇଛି। ପ୍ରାୟ ୭୦ଟ୍ରକ ଲୋଡ ମକା ମଞ୍ଜିକୁ ବିଷୋୟୀପୁଟ ଠାରେ ଓଜନ କରାଯିବା ପରେ ଉମୁରୀ ରେଲୱେ ସାଇଡିଂରୁ ରେଳ ୱାଗନରେ ବାଂଲାଦେଶ ପଠାଯାଇଛି। ସାମାନ୍ୟ ପାଗ ସ୍ଥିର ହେବା ପରେ ମକା ଚାଷୀ ମାନେ ମକା ମଞ୍ଜି ଅମଳ କରି ବ୍ୟବସାୟୀଙ୍କୁ ବିକ୍ରୀ କରିଥିଲେ। ଆଜି ଜୈନେକ ମକା ମଞ୍ଜି ବ୍ୟବସାୟୀ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ କିଣିଥିବା ମକା ମଞ୍ଜିକୁ ୭୦ଟି ଟ୍ରକରେ ପରିବହନ କରିଥିଲେ।

ଟ୍ରକ ଗୁଡିକୁ ବିଷୋୟୀପୁଟରେ ଥିବା ୱେ ବ୍ରିଜରେ ଓଜନ କରାଯାଇଥିଲା। ଏଥିପାଇଁ ଏହି ଟ୍ରକଗୁଡିକ ରଣ୍ଡାପାଲ୍ଲୀରୁ ବିଷୋୟୀପୁଟ ପର୍ଯ୍ୟନ୍ତ ଲମ୍ବି ରହିଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଯୋଗ୍ୟ, ବ୍ୟବସାୟୀମାନେ କିଲୋ ପ୍ରତି ୧୫ଟଙ୍କାରେ ଚାଷୀଙ୍କ ଠାରୁ କିଣି ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହାକୁ ବିକ୍ରୀ କରୁଛନ୍ତି। ତେବେ ବୋରିଗୁମ୍ମା ଠାରୁ ଜୟପୁର ପର୍ଯ୍ୟନ୍ତ ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଚାଲିଥିବାରୁ ଏହି ରାସ୍ତାରେ ସଂପ୍ରତି ହଜାର ହଜାର ଗର୍ତ୍ତ ରହିଛି। ଏହି ରାସ୍ତାରେ ମକା ମଞ୍ଜିର ବସ୍ତା ନେବା-ଆଣିବା କରିବା ମୁସ୍କିଲ ହେଉଥିବା କିଛି ମକା ମଞ୍ଜି ବ୍ୟବସାୟୀ କହିଛନ୍ତି।

ଏପରିକି ଆଜି ବି କିଛି ଟ୍ରକରୁ ମକା ମଞ୍ଜି ବସ୍ତା ବି ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ଉମୁରୀ ରେଲୱେ ସାଇଡିଂରୁ ମକା ମଞ୍ଜି ପଠାଇବା ବଦଳରେ ବ୍ୟବସାୟୀମାନେ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ମକା ବ୍ୟବସାୟୀ । ତେବେ ଏଭଳି ଜାରୀ ରହିଲେ ଉମୁରୀ ରେଲୱେ ସାଇଡିଂରେ କାମ କରୁଥିବା ଦିନ ମଜୁରିଆ ଶ୍ରମିକମାନେ କାମ ହରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe