ଗଜପତିରେ ପୁଣି କରୋନା ଉପରମୁହାଁ, ନା’ ଅଛି କଟକଣା... ନା’  ସଚେତନତା...

Advertisment
ଗଜପତିରେ ପୁଣି କରୋନା ଉପରମୁହାଁ, ନା’ ଅଛି କଟକଣା... ନା’  ସଚେତନତା...

ପାରଳାଖେମୁଣ୍ତି : କରୋନାକୁ  ନିୟନ୍ତ୍ରଣ ରଖିବା ପାଇଁ ମାସ୍କ୍‌, ସାନିଟାଇଜର, ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ପ୍ରଶାସନ ତରଫରୁ ବାରମ୍ବାର କୁହାଯାଉଛି। ଗତବର୍ଷ ରାଜ୍ୟ କରୋନା ସ˚କ୍ରମଣରେ ହଟ୍‌ସ୍ପଟ୍‌ ଥିବା ଗଜପତି ଜିଲ୍ଲା ଧିରେଧିରେ ପଜିଟିଭ୍‌ ସ˚ଖ୍ୟା  ହ୍ରାସ ପାଇ ରାଜ୍ୟର ପ୍ରଥମ ଆଣ୍ଟିବଡ଼ି ତିଆରି  ହୋଇଥିବା ଜିଲ୍ଲା ବୋଲି ଘୋଷଣା ହୋଇଥିଲା।  ଏପରିସ୍ଥଳେ ଗତ ନଭେମ୍ବର ଶେଷ ସପ୍ତାହରୁ ଚଳିତ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ପଜିଟିଭ୍‌ଙ୍କ ସ˚ଖ୍ୟା  ଶୂନ୍ୟରୁ ୫ ମଧ୍ୟରେ ରହୁଥିଲା। ଗତ ୮ ତାରିଖରୁ ଜିଲ୍ଲା ପ୍ରଶାସନ ତରଫରୁ ପୁଣି ପରୀକ୍ଷା କରାଯାଇଥିବା ବେଳେ ୪ ଦିନରେ ମଧ୍ୟରେ ପୁଣି ଉପରମୁହାଁ ହୋଇଥିବା କରୋନା ବର୍ତ୍ତମାନ ଜିଲ୍ଲାରେ ପୁଣି ଅର୍ଦ୍ଧଶତକ ପୂରଣ କରିବା ଅବସ୍ଥାକୁ ଚାଲି ଆସିଛି। ବିଦ୍ୟାଳୟ ଖୋଲିବା ପରେ ଜିଲ୍ଲାରେ ସମସ୍ତ ହାଇସ୍କୁଲ୍‌ ଶିକ୍ଷକଙ୍କୁ କୋଭିଡ଼୍‌ ଟେଷ୍ଟ କରିବା ପରେ ସେମାନଙ୍କର ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଥିଲା।  ଯେଉଁ ଶିକ୍ଷକମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନ ସମ୍ପର୍କରେ କିଏ ଆସିଛି ସେମାନଙ୍କୁ କଣ୍ଟାକ୍ଟ ଟ୍ରେସିଂ ହୋଇଛି କି ନାହିଁ ତାହାର ମଧ୍ୟ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

କିଛି ଦିନ ଅନ୍ତର ପରେ କରୋନା ଭୂତାଣୁ ଜିଲ୍ଲାରେ ତାର ନୂଆ ଇନି˚ସ ଆରମ୍ଭ କରୁଥିବା ବେଳେ ଏଠାକାର ବାସିନ୍ଦା କିନ୍ତୁ ବେଫିକର ହୋଇ ମାସ୍କ୍‌ ନପିନ୍ଧି ବାହାରେ ବୁଲୁଛନ୍ତି। ପାରଳା ସହର ମଧ୍ୟରେ ମାତ୍ର ୨୫ ରୁ ୩୦ ପ୍ରତିଶତ ଲୋକେ ମାସ୍କ୍‌ ପରିଧାନ କରୁଥିବା ବେଳେ  ଅଧିକା˚ଶ ଏହି ମାସ୍କ୍‌କୁ ଥୋଡିରେ ଲଗାଇ ବୁଲୁଛନ୍ତି। ଜିଲ୍ଲାରେ କରୋନା ରୋଗୀଙ୍କ ସ˚ଖ୍ୟା ବଢୁଥିବା ଯୋଗୁଁ ସମସ୍ତେ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ ରହିଛି। କିନ୍ତୁ ମାସ୍କ୍‌ ପିନ୍ଧିନଥିବା ଲୋକଙ୍କ ପ୍ରତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ । ଏପରି ଅମାନିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରାଯିବା ସମସ୍ତଙ୍କୁ ପରିଧାନ ପାଇଁ ସଚେତନା କରାଯାଉ ବୋଲି ସାଧାରଣ ମତ ପ୍ରକାଶ ପାଇଛି।  ଗତକାଲି ସ୍ବାସ୍ଥ୍ୟ ଅଧିକାରୀ ଡା. ଗୁନୁରାଣୀ ପଟ୍ଟନାୟକ ଜିଲ୍ଲାରେ କରୋନା କାହିଁକି ଉପରମୁହାଁ ହେଉଛି ସେହି ସମ୍ପର୍କରେ ଅନୁଧ୍ୟାନ କରିବା  ସହ ଏହା ସମ୍ପର୍କରେ ସମସ୍ତ ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe