କରୋନାର କାରୁଣ୍ୟ ଚିତ୍ର: ପୋତା ଶବକୁ ଖୋଳି ପୁଣି ପୋଡିଲେ 

କରୋନାର କାରୁଣ୍ୟ ଚିତ୍ର: ପୋତା ଶବକୁ ଖୋଳି ପୁଣି ପୋଡିଲେ 

ନାଲକୋନଗର: ଗତ ବର୍ଷ ‌କରୋନା ସଂକ୍ରମଣ ବେଳେ ମାନବିକତା ହଜିଯିବା ଭଳି ଅନେକ ଘଟଣା ଦେଖିବାକୁ ମିଳିଥିଲା। ଏବେ କରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବା ପରେ ପୁଣି ସେହି ଭୟ ଓ ଆତଙ୍କ ଫେରିଛି। କରୋନା ଭୟରେ ମୃତ କ୍ଷୀର ବ୍ୟବସାୟୀଙ୍କ ଶବ ନିଜ ସାହି ଭାଇ  ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ  ଗାଁ ସ୍ମଶାନରେ ଶବକୁ ପୋତିବା ପରେ ପୁଣି ଖୋଳି  ଫେରାଇଦେବା ଘଟଣା ଅନୁଗୁଳ ଜିଲ୍ଲା ବଆଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସଦ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

କରୋନାର କରୁଣ ଚିତ୍ର ଠାରୁ ବଳିପଡ଼ିଲା ଆର୍ଥିକ ଅନାଟନ। ଶବ ପୋଡ଼ିବାକୁ ସହଯୋଗ ନାହିଁ କି ଟଙ୍କା ନାହିଁ।ଶେଷରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଦାହ ହେଲା ଶବ। ସୂଚନାରୁ ପ୍ରକାଶ ଯେ  ବଳରାମ ପ୍ରସାଦ କେନ୍ଦୁପାଟଣା ସାହିର ପ୍ରମୋଦ ରାଉତ(୮୮)ଦୀର୍ଘ ଦିନ ହେବ ବାର୍ଦ୍ଧିକ ରୋଗରେ ପୀଡତ ହୋଇ ଘରେ ରହି ଚିକିତ୍ସିତ ହୋଇ ଆସୁଥିଲେ।୨୩ତାରିଖ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମରଶରୀରକୁ ଚାରି କାନ୍ଧ ଦେବାକୁ ସାହି ପଡିଶା, ବନ୍ଧୁ ପରିଜନ କେହି ଆସି ନଥିଲେ । କରୋନା ସଂକ୍ରମିତ ଥିବା ଆଶଙ୍କାରେ କେହି ଶବ ସତ୍କାର କରିବାକୁ ସହଯୋଗ କରି ନଥିଲେ।

ମୃତ ପ୍ରମୋଦଙ୍କ ଦୁଇପୁଅ ଚନ୍ଦ୍ର ମଣି ଓ ମନ୍ଦର ଧର।ବଡ ବୋହୁ ଗାଁ ଅଙ୍ଗନ ବାଡ଼ି କର୍ମୀ । ଗତବର୍ଷ କରୋନା ମହାମାରୀ ସମୟ ଠାରୁ  ଆଜିପର୍ଯ୍ୟନ୍ତ ଲୋକଙ୍କୁ କରୋନା ସଚେତନ ବାର୍ତା ପ୍ରଦାନ କରୁଥିଲେ। ଆଜି ପ୍ରମୋଦଙ୍କ ସାନ ପୁଅ ମନ୍ଦର କରୋନା ସଂକ୍ରମିତ ହୋଇଥିବା ସେ ୨୩ ତାରିଖ ସକାଳେ ଜାଣିବାକୁ ପାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଅନଗୁଳ ସ୍ଥିତ କୋଭିଡ କେୟାର ସେଣ୍ଟରକୁ ପଠାଯାଇଥିଲା। ମାତ୍ର ସେହିଦିନ ମଧ୍ୟ ରାତ୍ରିରେ ପିତା ପ୍ରମୋଦଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସାହି ପଡିଶା ଲୋକଭୟଭୀତ ହୋଇଯାଇଥିଲେ।

ଯାହାକି ଶବ ସତ୍କାର କାର୍ଯ୍ୟରେ ସହଯୋଗ କରିବାକୁ ରାଜି ହୋଇ ନଥିଲେ । ଏ ପଟେ ବଡ ପୁଅ ଚନ୍ଦ୍ରମଣି ଏକୁଟିଆ। ଆର୍ଥିକ ଦୁର୍ବଳ। ଉପାୟ ନପାଇ ଅନଗୁଳରେ ରହୁଥିବା ସମାଜସେବୀ ଚିନ୍ମୟୀ ଦାସଙ୍କ ସହଯୋଗ ଲୋଡିଲେ।ସେତେବେଳକୁ ଘରେ ଶବ ପଡି ରହିଥିଲା ୫-୬ଘଣ୍ଟା। ସକାଳ ପାହି ଯାଇଥିଲା। ସମାଜସେବୀ ଚିନ୍ମୟୀ ପିପି କିଟ ପିନ୍ଧି  ଆମ୍ବୁଲାନ୍ସ ଧରି ପହଞ୍ଚିଥିଲେ। ଦୁହେଁ ମିଶି ଗାଁ ମଶାଣୀକୁ ନେଇଥିଲେ।

କାଠ ପାଇଁ ଟଙ୍କା ଅଭାବ ଯୋଗୁଁ ଶବକୁ ନ ପୋଡ଼ି ଗାତ ଖୋଳି ପୋତି ଦେଇଥିଲେ। ଏ ଘଟଣାକୁ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ। ଖବର ପାଇ  ବଆଁରପାଳ ତହସିଲଦାର, ନାଲକୋ ପୁଲିସ ଘଟଣାସ୍ଥଳରେ ବଳରାମ ପ୍ରସାଦ ନନ୍ଦିରା ନଈକୁଳ ଗାଁ ମଶାଣୀ ଠାରେ ପହଞ୍ଚିଥିଲେ।

ଅର୍ଥ ଅଭାବରୁ ଶବ ପୋଡି ନପାରି ଶବ ପୋତିଦେଇଥିବା ମୃତକଙ୍କ ବଡ଼ପୁଅ ଚନ୍ଦ୍ରମଣି ପ୍ରସାସନ ଅଧିକାରୀଙ୍କୁ ଅବଗତ କରିବା ପରେ ଏବଂ ଗ୍ରାମବାସୀ ଚାପରେ ଶବକୁ ସ୍ୱେଚ୍ଛାସେବୀ ଚିନ୍ମୟୀ  ଓ ଚନ୍ଦ୍ରମଣି ଗାତରୁ ବାହାର କରି  ଅନଗୁଳ କରଡା ଗଡ଼ିଆ ସ୍ଥିତ ଶ୍ମଶାନରେ ବିନା ଖର୍ଚ୍ଚରେ ଶବଦାହା କରିବା ପାଇଁ ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଶବ ସତ୍କାର କରାଯାଇଥିଲା।

ଏ ସମ୍ପର୍କରେ ବଡ଼ ପୁଅ ଚନ୍ଦ୍ରମଣି ରାଉତ କ୍ଷଭର ସହ କହିଛନ୍ତି ଯେ ବନ୍ଧୁପରିଜନଙ୍କୁ ଯେତେ ନେହୁରା ହୋଇ ଶବ ସତ୍କାର ପାଇଁ ଡାକିଲେବି କରୋନା ଭୟରେ କେହି ଆସି ନଥିଲେ,ଆହା ପଦେ କହି ନଥିଲେ।ଏପଟେ ମୋର ଆର୍ଥିକ ସମ୍ବଳ ସ୍ଥିତି ଠିକ ନାହିଁ। ଶେଷରେ ସମାଜ ସେବୀ ଚିନ୍ମୟୀ ଦାସଙ୍କୁ ଅନୁଗୁଳରୁ ଡକାଇଲି। ଚିନ୍ମୟୀଙ୍କ ସହଯୋଗ ପାଇ ମୋ ପିତାଙ୍କର ଶବ ସତ୍କାର କରି ପାରିଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe