କରୋନା ପ୍ରଭାବ: ନିର୍ମାଣ ଶ୍ରମିକ ପୁନଃନବୀକରଣ ଓ ନବୀକରଣ ପ୍ରକ୍ରିୟା ୫୦ପ୍ରତିଶତରେ ଅଟକିଛି

Advertisment
କରୋନା ପ୍ରଭାବ: ନିର୍ମାଣ ଶ୍ରମିକ ପୁନଃନବୀକରଣ ଓ ନବୀକରଣ ପ୍ରକ୍ରିୟା ୫୦ପ୍ରତିଶତରେ ଅଟକିଛି

ଜୟପୁର: କରୋନା ପ୍ରଭାବରେ କୋଠାବାଡି ନିର୍ମାଣ ଶ୍ରମିକମାନଙ୍କର ପୁନଃ ନବୀକରଣ ଓ ନବୀକରଣ ପ୍ରକ୍ରିୟା ଠପ୍ ହୋଇ ପଡ଼ିଛି। ଏହି ସମୟରେ ଉଭୟ ପ୍ରକ୍ରିୟା କାମ ଶେଷପର୍ଯ୍ୟାୟରେ ରହୁଥିବା ବେଳେ ଗତ ମାର୍ଚ୍ଚ ମାସରୁ ଏହି ପ୍ରକ୍ରିୟା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବି କରାଯାଇନାହିଁ। ପ୍ରଥମେ ଦୁଇ ମାସ କାଳ ସରକାରଙ୍କ ନିର୍ଦେଶରେ କାର୍ଯ୍ୟାଳୟ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲାପ୍ରଶାସନର ନିର୍ଦେଶରେ ବନ୍ଦ ରହିଛି। କାର୍ଯ୍ୟାଳୟ ମଧ୍ୟକୁ କାହାରିକୁ ପଶିବାକୁ ଦିଆଯାଉନି। ଅନ୍ୟ ପକ୍ଷରେ ପ୍ରତ୍ୟେକ ଦିନ ଜିଲ୍ଲାର ୧୪ଟି ବ୍ଲକ, ୪ଟି ପୌରାଂଚଳର କୋଠାବାଡି ନିର୍ମାଣଶ୍ରମିକମାନେ ପୁନଃ ନବୀକରଣ ଓ ନବୀକରଣ କରିବା ପାଇଁ ଆସି ଖାଲି ହାତରେ ଫେରୁଛନ୍ତି। ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।

ଜିଲ୍ଲାର କୋଣ ଅନୁକୋଣ ଦୁର୍ଗମ ଗାଁଗୁଡିକରୁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ବିଭିନ୍ନ ଶ୍ରମିକ ସଂଘ, ସଂଗଠନ ତଥା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହାରି ମଧ୍ୟରେ ପୁନଃ ନବୀକରଣ ୧୯୩୬୮ଜଣ କରିଥିବା ବେଳେ ନବୀକରଣ ୯୨୭୭ଜଣ ଏଭଳି ୨୮୬୪୫ଜଣ କରିଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ। ୨୦୧୯ ମସିହାରେ ୫୭ହଜାରରୁ ଉର୍ଦ୍ଧ୍ବ ପଂଜିକରଣ ଫି ଦାଖଲ କରିଥିଲେ। କରୋନା କଟକଣା ଯୋଗୁଁ ହୋଇ ପାରିନି ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି । ନଭେମ୍ବର ପ୍ରଥମ ସପ୍ତାହରେ ସାମାଜିକ ଦୂରତା ଓ ସରକାରୀ ଏସଓପିକୁ ନେଇ ପଂଜିକରଣ ପ୍ରକ୍ରିୟା କିଭଳି ଆରମ୍ଭ କରାଯିବା ପାଇଁ ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe