Advertisment

କରୋନା ଭୟ; ୧୨ ଘଣ୍ଟା ପଡ଼ି ରହିଲା ଶବ

Advertisment
କରୋନା ଭୟ; ୧୨ ଘଣ୍ଟା ପଡ଼ି ରହିଲା ଶବ

ରାୟଗଡ଼ା,: କରୋନା ଭୟରେ ଶବକୁ ମିଳିଲାନି ସମ୍ମାନ। ଘଣ୍ଟାଏ କି ୫ ଘଣ୍ଟା ନୁହେଁ ଘର ଭିତରେ ୧୨ ଘଣ୍ଟା ପଡ଼ି ରହିଲା ଶବ। ସାହି-ପଡୋଶୀ-ସଂପର୍କୀୟ କେହି ଶେଷକୃତ୍ୟ ପାଇଁ ଆଗେଇ ଆସି ନଥିବା ବେଳେ ଗୁହାରି ସତ୍ତ୍ବେ ପ୍ରଶାସନ ମଧ୍ୟ ସହଯୋଗ କଲାନି। ଶେଷରେ ଖାଲାସିଙ୍କ ସହାୟତାରେ ମର ଶରୀର ଘରୁ ବାହାର କରି ସ୍ବର୍ଗଦାରରେ ବାପାଙ୍କ ଶେଷକୃତ୍ୟ ସଂପନ୍ନ କରିଛି କରୋନା ସଂକ୍ରମିତ ପୁଅ। କରୋନା ମହାମାରୀ ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ।
ସହରର ବ୍ୟାଙ୍କ କଲୋନି ଦ୍ବିତୀୟ ଲାଇନରେ ସପରିବାର ସହ ରହି ଆସୁଛନ୍ତି ଆର୍. ନାଗେଶ (୩୫)। ସ୍ତ୍ରୀ, ତିନି ଝିଅଙ୍କ ସହ ବାପା, ମାଆଙ୍କ ସହ ନାଗେଶ ଗୋଟିଏ ଘରେ ରହୁଥିବା ବେଳେ ଗତ ଦୁଇ ସପ୍ତାହ ତଳେ ନାଗେଶ ତାଙ୍କ ସ୍ତ୍ରୀ ଓ ତିନି ଝିଅ କରୋନାରେ ଆକ୍ରାନ୍ତ ହୋଇଥିଲେ। ସଭିଁଏ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବେଳେ ବାପା ଆର୍. ନୀଳକଣ୍ଠ (୭୬) ଓ ମାଆଙ୍କ କରୋନା ସ୍ବାବ ଟେଷ୍ଟିଂ ହୋଇପାରି ନଥିଲା।

publive-image

ସୋମବାର ରାତିରେ ପରିବାରର ସମସ୍ତ ସଦସ୍ୟ ରାତ୍ରିଭୋଜନ ପରେ ଶୋଇଥିବା ବେଳେ ରାତି ୧୧ଟାରେ ନାଗେଶଙ୍କ ବାପା ନୀଳକଣ୍ଠ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ମେଡ଼ିକାଲ୍ ଯିବା ପୂର୍ବରୁ ରାତି ୧୨ଟାରେ ନୀଳକଣ୍ଠ ଘରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ବାପାଙ୍କ ମୃତ୍ୟୁ ସଂପର୍କରେ ନାଗେଶ ସାହି-ପଡୋଶୀ-ସଂପର୍କୀୟଙ୍କୁ ଖବର ଦେଇଥିଲେ। କିନ୍ତୁ କରୋନା ଭୟରେ କେହି ପାଖ ମାଡ଼ି ନଥିଲେ। ସକାଳେ ଗଣମାଧ୍ୟମ ପ୍ରତିନିଧି ଏ ସଂପର୍କରେ ଜିଲ୍ଲାପାଳ ଓ ପୌର ପରିଷଦ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମୃତ୍ୟୁ ହୋଇଥିବା ନୀଳକଣ୍ଠଙ୍କ କରୋନା ପଜିଟିଭ୍ ରିପୋର୍ଟ ନଥିବାରୁ ପୌର ପରିଷଦ ମୃତ୍ୟୁ ଦେହ ଘରୁ ଉଠାଇବାକୁ ମନା କରି ଦେଇଥିଲା।

ଏପଟେ ପୂରା ପରିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଅନ୍ୟ ଲୋକମାନେ ମଧ୍ୟ ମୃତ୍ୟୁଦେହକୁ ଘରୁ ବାହାରି ସଂସ୍କାର କରିବା ପାଇଁ ସାହାସ ଜୁଟାଇ ପାରି ନଥିଲେ। ପ୍ରଶାସନକୁ ବାରମ୍ବାର ଗୁହାରି ପରେ କିଛି ସୁଫଳ ନ ମିଳିବାରୁ ଦିନ ୧୧ଟାରେ ସଂକ୍ରମିତ ପୁଅ ନାଗେଶ କିଛି ଖଲାସିଙ୍କ ସହାୟତାରେ ବାପାଙ୍କ ଶବକୁ ଘରୁ ବାହାରି କରି ନିଜ ଓମିନି କାରରେ ଶ୍ମଶାନକୁ ନେଇଥିଲେ। ସ୍ବର୍ଗଦ୍ବାରରେ ଶବ ପହଞ୍ଚିବା ପରେ ଖଲାସିଙ୍କ ସହଯୋଗରେ ମୁଖାଗ୍ନି ଦେବା ସହ ଶବ ଦାହ କରିଥିଲେ ପୁଅ ନାଗେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe