କରୋନା କାହାଣୀ; ଲିଲିନଙ୍କ ଦୁଃଖ ଅସୁମାରୀ

Advertisment
କରୋନା କାହାଣୀ; ଲିଲିନଙ୍କ ଦୁଃଖ ଅସୁମାରୀ

Sambad

ଗରଦପୁର: ଦୁଃଖ ଓ ଦାରିଦ୍ର୍ୟରେ ପେଶି ହେଉଥିବା ସଂସାରକୁ ନେଇ ଘାରି ହେଉଛନ୍ତି ଲିଲିନ। ତାଙ୍କ ଦୁଃଖ ଅସୁମାରୀ। ଜମିବାଡ଼ି ନାହିଁ। ସ୍ବାମୀ ରଂଜିତ କୁମାର ରଥ(୫୩)କରୋନାରେ ଆଖି ବୁଜିବା ପରେ ଅସହାୟ ହୋଇପଡ଼ିଛନ୍ତି ଲିଲିନ। ଗରଦପୁର ଗାଁ ରଥ ଦାଣ୍ତରେ ଘର। ଗତ ମେ’ ମାସରେ ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ପାଟକୁରା ମେଡ଼ିକାଲରେ ପରୀକ୍ଷା ପରେ ରଂଜିତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪ ଦିନ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା। ତାଙ୍କୁ କେନ୍ଦ୍ରାପଡ଼ା କୋଭିଡ୍‌ ହସପିଟାଲନିଆଯାଇଥିଲା।

ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ କରୋନା ୱାର୍ଡ଼ରେ ଚିକିତ୍ସିତ ହେଉଥିବା ବେଳେ ଅମ୍ଳଜାନ ସ୍ତର କମିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ଲିଲିନ ଓ ପୁଅ ଜଗନ୍ନାଥ ଓ ବୋହୂ ମୋନାଲିସା ଏବେ ତାଙ୍କୁ ଝଚରି ହେଉଛନ୍ତି। ରଂଜିତ ବିଦ୍ୟୁତ୍‌ ମରାମତି କାମ କରିବା ସହ ଚାଷବାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ରଂଜିତ ଆରପାରିକୁ ଚାଲିଯିବା ପରେ ଭୋକ ଉପବାସରେ ଦିନ କାଟୁଛନ୍ତି ପରିବାର। ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିପାରିନାହିଁ। ବାକି ଜୀବନ କେମିତି କାଟିବେ ? ଏମିତି ଚିନ୍ତାରେ ଘାରି ହେଉଛନ୍ତି ଲିଲିନ।

ପ୍ରଥମ ଲହର ଥମି ଆସୁଥିଲା। ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ମହାମାରୀର ଦ୍ବିତୀୟ ଲହର ମାଡ଼ି ଆସିଲା ବିଭିଷୀକା ସାଜି। ପୁଣି ତଳିତଳାନ୍ତ କରିଦେଲା ଗରିବ, ମଧ୍ୟବିତ୍ତଙ୍କୁ। ଭାତହାଣ୍ଡି ଉଜାଡ଼ିଦେଲା। ଛଡ଼ାଇ ନେଲା ଜୀବନ, ଜୀବିକା ବି। ସବୁଠି ପୀଡ଼ା, ବେଦନା, କଷଣ ଆଉ ଯନ୍ତ୍ରଣାର ଛାପ। ଆପଣାର ମଣିଷକୁ ହରାଇ କାହା ଛାତିରେ କୋହ ତ ଦାନା ଗଣ୍ଡେ ପାଇଁ ଆଉ କୋଉଠି ଅହରହ ସଂଘର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe