କରୋନା କାହାଣୀ: ସୂତାକଳ ମିସ୍ତ୍ରୀରୁ ଚା’ ଦୋକାନୀ

Advertisment
କରୋନା କାହାଣୀ: ସୂତାକଳ ମିସ୍ତ୍ରୀରୁ ଚା’ ଦୋକାନୀ

ମହାକାଳପଡ଼ା: କରୋନା ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ବଦଳି ଯାଇଛି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଗୟାସପୁର ଗ୍ରାମରେ। ଗ୍ରାମର ସଂଗ୍ରାମ ସାମଲ(୩୭)ଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ଗୁଜୁରାଟର ସୁରତ ସହରକୁ ଯାଇ ଏକ ସୂତାକଳରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେଠାରେ ସେ ୨୧ ବର୍ଷ ଧରି କାର୍ଯ୍ୟ କରି ମାସକୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ତେବେ କରୋନାର କୋପ ବଢ଼ିବା ପରେ ସେ ଗତ ମେ’ ମାସରେ ଘରକୁ ଫେରିଥିଲେ। ଘରେ ପ୍ରାୟ ୬ ମାସ ରହିବା ପରେ ସଞ୍ଚିତ ଅର୍ଥ ସରିବାକୁ ଲାଗିଲା।

ଅନ୍ୟ ପକ୍ଷରେ ବାପା, ମାଆ, ପତ୍ନୀ ଓ ପୁଅକୁ ମିଶାଇ ୫ ପ୍ରାଣୀ କୁଟୁମ୍ବ ଚଳାଇବା ବୋଝ ସହିତ ବେରୋଜଗାରୀ ଚିନ୍ତା ତାଙ୍କୁ ଅସ୍ତବ୍ୟସ୍ତ କରି ପକାଇଲା। ଶେଷରେ ସେ ଆଉ ସୁରତ ନଯିବାକୁ ମନସ୍ଥ କରି ନିଜ ଗ୍ରାମ ନିକଟ ମାଣିତିରି ଛକରେ ଏକ ଚା’ ଓ କଫି ଦୋକାନ ଖୋଲିଛନ୍ତି। ନୂଆ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲେ ବି ଆଶାଜନକ ଲାଭ ମିଳୁନି। ତଥାପି ସ୍ବଳ୍ପ ଲାଭରେ ପରିବାର ଚଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସଂଗ୍ରାମ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe