କରୋନା କାହାଣୀ: ଇଞ୍ଜିନିୟରରୁ ମାଛ ଚାଷୀ

କରୋନା କାହାଣୀ: ଇଞ୍ଜିନିୟରରୁ ମାଛ ଚାଷୀ

Sambad

ରାଜକନିକା: ରାଜକନିକା ବ୍ଲକ ଜାଗୁଳାଇପଡ଼ାର ସଂଜୟ ବିଶ୍ବାଳ। କଲିକତାରେ ଗାଡେର୍ନରିଚ୍‌ କମ୍ପାନିରେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ ଚାକିରି କରୁଥିଲେ। ମାସିକ ୬୦ହଜାର ଟଙ୍କା ଦରମା ପାଉଥିଲେ। ସେଥିରେ ପରିବାର ଖୁବ୍ ଭଲରେ ପ୍ରତିପୋଷଣ ହେଉଥିଲା। ହସଖୁସିର ଜୀବନ ଭିତରେ ହଠାତ୍ କରୋନା ମହାମାରୀ ମାଡ଼ିଆସିଲା। ସଂଜୟଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଲା। କମ୍ପାନି ବନ୍ଦ ହୋଇଯିବା ଯୋଗୁ ନିଜ ଗାଁ ରାଜକନିକା ବ୍ଲକର ଜାଗୁଳାଇପଡ଼ାକୁ ଫେରିଆସିଲେ ‌ସେ। ଘରେ ବସିବସି ନିରାଶାରେ ବୁଡ଼ି ରହିଥିଲେ। କ’ଣ କରିବେ ବୋଲି ଚିନ୍ତା କରୁ କରୁ ବୋଲି ୟୁଟ୍ୟୁବ୍‌ରୁ ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ଜାଣିବାକୁ ପାଇ‌ଲେ।

ନିଜ ବାଡ଼ିରେ ଥିବା ୭ ଡିସିମିଲ ଜାଗାରେ ଦେଢଲକ୍ଷ ଲିଟର ବିଶିଷ୍ଟ କ୍ଷମତା ସମ୍ପନ୍ନ ୭ଟି ବାୟୋଫ୍ଲକ୍ସ ନିର୍ମାଣ କରି ସେଥିରେ ରୋହି, ମୀର, ଭାକୁଡ଼, ମିରକାଳି, ତେଲପିଆ, ଜଳଙ୍ଗ ବାହାଲ ଆଦି ବିଭିନ୍ନ ମାଛ ଚାଷ କରିଛନ୍ତି। ଏଥିପାଇଁ ସେ ୧୨ଲକ୍ଷଟଙ୍କା ବ୍ୟୟ କରିଛନ୍ତି। ବର୍ଷକୁ ୧୫ରୁ ୧୬ଲକ୍ଷ ଟଙ୍କା ଆୟ କରିବାର ଲକ୍ଷ୍ୟ ରଖିଛନ୍ତି। ୬–୭ମାସ ହେଲା ସଂଜୟ ଏହି ଆଧୁନିକ ପ୍ରଣାଳୀର ମାଛ ଚାଷରେ ନିମଗ୍ନ ରହି ମାଛ ଯାଆଁଳମାନଙ୍କୁ ଔଷଧ ଓ ଖାଦ୍ୟ ଦେବା ସହ ପାଣି ପରିବତ୍ତର୍ନ କରିବା ଆଦି ତାଙ୍କର ନିତିଦିନିଆ କାର୍ଯ୍ୟ ହୋଇଯାଇଛି। କମ୍ ସ୍ଥାନ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହେଉଥିବା ଏହି ପ୍ରଣାଳୀରେ ମାଛ ଚାଷ କରି ଘରେ ରହି ସଂଜୟ ମାସକୁ କମ୍ପାନି ଚାକିରିଠାରୁ ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe