୬୭ ନୂଆ ପଜିଟିଭ୍: ଗ˚ଜାମକୁ ଟପିଲା ଗଜପତି

Advertisment
ସମ୍ବଲପୁର ପାଲଟୁଛି ହଟ୍‌ସ୍ପଟ୍, ଗୋଟିଏ ଦିନରେ ୧୭୫ ଜଣ ଚିହ୍ନଟ, ସୁସ୍ଥ ୧୫୧

Hansard Society

ପାରଳାଖେମୁଣ୍ତି: ଆଜି ଗଜପତି ଜିଲ୍ଲାରେ ରେକର୍ଡ଼ ସ˚ଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖନୀୟ ହେଲା, ଗଜପତିର ଦୈନିକ ସଂକ୍ରମଣ ପରିସ˚ଖ୍ୟନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲାକୁ ଟପିଛି। ଏଣେ ପାରଳାଖେମୁଣ୍ଡି ସହରରେ ପଜିଟିଭ୍‌ଙ୍କ ସ˚ଖ୍ୟା ଦିନକୁ ଦିନ ବଢୁଥିବା ଯୋଗୁଁ ନୂଆ ଆଶଙ୍କା ସୃଷ୍ଟି ହେଉଛି। ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ବେତାଗୁଡ଼ା ସ୍ଥିତ କୋଭିଡ୍‌ କେୟାର ସେଣ୍ଟର୍‌ରେ କରୋନା ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଆଜି ଜିଲ୍ଲାପାଳ ଅନୁପମ ଶାହା ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି କୋଭିଡ଼୍ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଦୁଇଟି ବେସରକାରୀ ଗାଡ଼ିରେ ବିନା ମାସ୍କ୍‌ରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କୁ ତାଗିଦ୍‌ କରିବା ସହ ଜରିମାନା ମଧ୍ୟ କରିଥିଲେ। ପାରଳା ପୁଲିସ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ମାସ୍କ୍‌ ଯାଞ୍ଚ କରାଯାଇଛି। ମାସ୍କ୍‌ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଜରିମାନା କରାଯାଉଛି। ଆଜିଠାରୁ ନିୟମ କଡ଼ାକଡ଼ି ଲାଗୁ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ବସ୍‌, ଅଟୋ ରିକ୍ସା, ଯାତ୍ରୀବାହୀ ଜିପ୍‌ ଓ କମାଣ୍ତର ଇତ୍ୟାଦିରେ ଲୋକଙ୍କ ଭିଡ଼ କମାଇବା ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ରହୁଛି। ପୁଣି ପ୍ରବାସୀଙ୍କ ଫେରିବା କାରଣରୁ ଜିଲ୍ଲାରେ ପଜିଟିଭ୍‌ ସ˚ଖ୍ୟା ହଠାତ୍‌ ବୃଦ୍ଧି ପାଇଛି। ବିଶେଷ କରି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲାଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବ˚ ଗୁଜରାଟରୁ ଅନେକ ପ୍ରବାସୀ ଫେରିଛନ୍ତି। ଗତକାଲି ଜିଲ୍ଲା ପ୍ରଶାସନ ଏବ˚ ପୌରପାଳିକା ମିଳିତ ଭାବେ ୪ଟି ବଜାର ଇଲାକକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି।

ସୀମା ସିଲ୍‌ ନକଲେ କରୋନାକୁ ମାତ୍‌ ଦେବା ସହଜ ନୁହେଁ ବୋଲି  ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ କହିବା  ପ୍ରକାରେ ଏବେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ହିଁ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଅନ୍ତତଃ ଗୋଟିଏ ସପ୍ତାହ ପାଇଁ ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦିଆଗଲେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ସମ୍ଭବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe