wallpapersafari.com
ଲକ୍ଷ୍ମୀପୁର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକକୁ କରୋନା ଫେରିଛି। ପ୍ରଶାସନ ଗହଳିରୁ ଦୂରରେ ରହିବା ସହ ମାସ୍କ ବ୍ୟବହାର କରିବାକୁ ବାରମ୍ବାର କହୁଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ୍। ପ୍ରଶାସନର କଥାକୁ ତିଳେ ହେଲେ କେହିବି ଖାତିର କରୁନାହାଁନ୍ତି। ପୁଲିସର ଚେକିଙ୍ଗ ସମୟରେ ହିଁ ଲୋକଙ୍କ ମୁହଁରେ ମାସ୍କ ଓ ଦୋକାନ ବଜାରରେ ଗହଳି ହେଉନଥିବା ଦେଖିବାକୁ ମିଳିଛି।
ପୁଲିସ ଚାଲିଗଲା ପରେ ପୁଣି ସବୁ ଖୋଲାମେଲା। ଲୋକଙ୍କ ମୁହଁରୁ ମାସ୍କ ଉଭାନ ହେଇଯାଉଛି। ବଜାର ଉପରେ ଗହଳି ଲାଗି ରହୁଛି।ସେଥିପାଇଁ ପରିଣାମ ଆଜି ବ୍ଲକରେ ପୁଣି ଦେଖିବାକୁ ମିଳିଛି। ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗାଁର ଜଣେ ବ୍ୟକ୍ତି ଯିଏକି ଝାରସୁଗୁଡା ଫେରନ୍ତା ପଜିଟିଭ୍ ବାହାରି ଥିବା ସରକାରି ସୂତ୍ରରୁ ଜଣାପଡିଛି। ଏଥିସହ ଉକ୍ତ ପଜିଟିଭ୍ ବ୍ୟକ୍ତିଙ୍କ ସଂଷ୍ପର୍ଶରେ ଅନ୍ୟ କେହି ଅଛନ୍ତିକି ନାହିଁ ତାହା ସର୍ଭେ କରାଯିବା ସହ ୫ଜଣଙ୍କ ସ୍ଵାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା ଲକ୍ଷ୍ମୀପୁର ଡାକ୍ତରଖାନା ତରଫରୁ ସୂଚନା ମିଳିଛି। ଆଗକୁ ଯଦି ଲୋକେ ଜାଗ୍ରତ ନହେବେ ତେବେ ଏହି ବ୍ଲକରେ ପଜିଟଭ୍ ସଂଖ୍ୟା ବଢିବାରେ ବେଶି ସମୟ ଲାଗିବନି ବୋଲି ଆକଳନ କରାଗଲାଣି। ପୁଣିଥରେ ଆଗଭଳି କରୋନା ଚେକିଙ୍ଗ୍ କରିବାକୁ ସାଧାରଣରେ ଦାବି ହୋଇଛି। ବର୍ତ୍ତମାନ କରୋନା ପରୀକ୍ଷା ମଧ୍ୟ ଯେଉଁ ପରିମାଣରେ ଆଗରୁ କରାଯାଉଥିଲା ସେହିପରି ଡାକ୍ତରଖାନା ହେଉନଥିବା କାରଣରୁ ରୋଗୀ ସଂଖ୍ୟା ଜଣା ପଡୁନାହିଁ।
ଡାକ୍ତରଖାନାରେ ଆସୁଥିବା ରୋଗୀଙ୍କୁ ବାଧ୍ୟତାମୂଳକ ଭାବେ କରୋନା ପରୀକ୍ଷା କରାଗଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନାମକୁ ମାତ୍ର ନାଇଟ୍ କର୍ଫ୍ୟୁ କରାଯାଉଥିବା ବେଳେ ରାତ୍ର ୧୦ଟା ପରେ ମଧ୍ୟ ଚଳଚଚଂଳ ରହୁଛି। ପୁଲିସ ଏଥିପ୍ରତି ଦୃଷ୍ଠିଦେବାକୁ ଦାବି ହେଉଛି।
Follow Us