ବନ୍ତଳା: କରୋନା ସଂକ୍ରମଣ ଯୋଗୁଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକ ଙ୍କୁ ନିଷେଧ କରାଯାଇଥିବା ବେଳେ ଆଜି ଅଭୟାରଣ୍ୟର ୧୦ଜଣ ବନ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି। ଫଳରେ ସାତକୋଶିଆ ଅଭୟାରଣ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ କରୋନା ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ସାତକୋଶିଆ ଅଭୟାରଣ୍ୟକୁ ଗତ ୨ତାରିଖ ଠାରୁ ବନ୍ଦ କରାଯାଇଛି।ଏଠାକୁ ବାହାର ପର୍ଯ୍ୟଟକ ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ବନ କର୍ମଚାରୀଙ୍କୁ ଏବେ କରୋନା ଛୁଇଁଛି। ଅଭୟାରଣ୍ୟର ରାଇଗୁଡା ବନାଞ୍ଚଳ ଓ ପୁରୁଣାକୋଟ ବନାଞ୍ଚଳର ୧୦ଜଣ ବନ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି।ଆକ୍ରାନ୍ତଙ୍କ ମଧ୍ୟରେ ଫରେଷ୍ଟର, ଫରେଷ୍ଟଗାର୍ଡ ମଧ୍ୟ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରେ କିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଆଉ କେତେକ ହୋମ କ୍ୱାରେଣ୍ଟଟାଇନରେ ରହିଥିବା ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା ପ୍ରକାଶ କରିଛନ୍ତି।
Follow Us