କରୋନା ହଜାଇ ଦେଉଛି ପରିଚୟ: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ କୁମାର ଗୌତମ ଏବେ ମାଛ ବେପାରୀ

Advertisment
କରୋନା ହଜାଇ ଦେଉଛି ପରିଚୟ: ସ୍ୱନାମଧନ୍ୟ କଣ୍ଠଶିଳ୍ପୀ କୁମାର ଗୌତମ ଏବେ ମାଛ ବେପାରୀ

ଭଦ୍ରକ: ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୁମାର ଗୌତମ, ଯାହାଙ୍କର କଣ୍ଠସ୍ବର ମନ୍ତ୍ର ମୁଗ୍ଧ ଭାବେ ଲୋକଙ୍କର ମନ ମୋହିନିଏ, ସେ ଏବେ ମାଛ ବିକ୍ରିକରି ପରିବାର ପୋଷୁଛନ୍ତି ।। ଭଦ୍ରକର କୁମାର ଗୌତମ ଯିଏ ଦିନେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଯାତ୍ରା ପାର୍ଟିରେ ସ୍ୱନାମଧନ୍ୟ କଣ୍ଠ ଶିଳ୍ପୀ ଭାବେ ସୁନାମ ଅର୍ଜନ କରିଥିଲେ, ୨୦୧୭ ପରେ ଆଉ ଯାତ୍ରା ପାର୍ଟିରେ ଗୀତ ନଗାଇ , ନିଜସ୍ବ ଉଦ୍ୟମରେ ଆରମ୍ଭ କଲେ ଏକ ମେଲୋଡି ପାର୍ଟି। ମେଲୋଡି ପାର୍ଟିର ମାଲିକ ଭାବେ ଅନକେ କଳାକାରଙ୍କୁ ଜୀବିକା ଦେଇଥିଲେ।  ଓଡ଼ିଶାର ମେଲୋଡି ଜଗତରେ କୁମାର ଗୌତମ ଏକ ନିଆରା ନାଁ । ସ୍ବାଭାବରେ ସେ ବେଶ୍ ଶାନ୍ତ ସରଳ ଆଉ ଅମାୟିକ । ପିଲାଟି ଦିନରୁ ସଂଗୀତର ନିଶା ତାଙ୍କୁ ସମାଜରେ ବେଶ୍ ପ୍ରତିଷ୍ଠିତ କରିଥିଲା। ହେଲେ କରୋନା ଆଜି ତାଙ୍କ ପରିଚୟ ବଦଳାଇ ଦେଇଛି। କଣ୍ଠଶିଳ୍ପୀରୁ ମାଛ ବେପାରୀ ପାଲଟି ଯାଇଛନ୍ତି।

publive-image

କରୋରା ଲକ୍ ଡାଉନ୍ ପରେ ତାଙ୍କର ସବୁ ମେଲୋଡି ପ୍ରୋଗ୍ରାମ କେନସଲ ହୋଇଗଲା। ୩୦ରୁ ଉର୍ଦ୍ଧ୍ବ କଳାକାରଙ୍କୁ ନେଇ ଗଠନ କରିଥିବା ନିଜର ମେଲୋଡି ପାର୍ଟିର କଳାକାରମାନଙ୍କୁ କିଭଳି ବଞ୍ଚାଇବେ, ଆଉ ନିଜେ କିଭଳି ବଞ୍ଚିବେ ଏଇ ଚିନ୍ତାରେ ଭାଙ୍ଗି ନପଡି, ସେ ଅଣ୍ଟା ସଳଖି ଠିଆ ହେବାକୁ ଯୋଜନା କଲେ। ଯେଉଁ ବନ୍ତଛକରେ ଦିନେ ସେ ସଂଗୀତର ଲହରି ଛୁଟାଉଥିଲେ। ସେଇ ଛକରେ ସେ ପେଟ ପାଇଁ ଆପଣାଇ ନେଲେ ମାଛ ବେପାରକୁ। ମାଛ ବିକି ଯାହା ରୋଜଗାର କରୁଛନ୍ତି, ସେଥିରୁ ନିଜର ପରିବାର ପ୍ରତିପୋଷଣ କରିବା ସହ ନିଜ ପାଖରେ ରହୁଥିବା କିଛି କଳାକାରଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି।

ଏଇ ନୂଆ ବୃତ୍ତିକୁ ଆବୋରି ନେଇଥିବା କୁମାର ଗୌତମଙ୍କୁ ପଚାରିଲେ ସେ କହନ୍ତି, ପେଟ ପୋଷ, ନାହିଁ ଦୋଷ। ମଣିଷ ଜନ୍ମ ନେଇଛି ମାନେ, ଯେମିତି ହେଲେ ତାଙ୍କୁ ବଞ୍ଚିବାକୁ ପଡିବ। ମୁଁ ମଞ୍ଚରେ ଗୀତ ଗାଉଥିଲି, ଲୋକଙ୍କ ପାଖରୁ ଆଦର ପାଉଥିଲି। ଲୋକେ ମୋତେ ଶ୍ରଦ୍ଧା କରୁଥିଲେ ଭଲ ପାଉଥିଲେ। ଏବେ ମାଛ ବିକୁଛି, ଲୋକେ ଶ୍ରଦ୍ଧାରେ ମୋ ପାଖକୁ ଆସୁଛନ୍ତି ମାଛ ନେଉଛନ୍ତି। ହସି ପଦେ କଥା କହୁଛନ୍ତ। ବାସ୍ ଏଥିରେ ମୋର ବେଶ୍ ଖୁସୀ। ସଂଗ୍ରାମ ତ ଜୀବନ ଭାଇ। ଗୀତ ଗାଉଥିଲି, ଏବେ ମାଛ ବିକୁଛି। ଫରକ ତ ଏତିକି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe