କରୋନାରେ ପୀଡିତ ପରିବାରର ନିବେଦନ: ଅମାନିଆ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ

Advertisment
କରୋନାରେ ପୀଡିତ ପରିବାରର ନିବେଦନ: ଅମାନିଆ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ

Johns Hopkins Medicine

ଜୟପୁର: କରୋନା ମହାମାରୀ ବହୁ ଘରର ମୁରବୀ ତଥା ମୁଖିଆମାନଙ୍କୁ ଗିଳି ଦେଇଥିଲା। ଏଭଳିକି ପୁରା ପରିବାର ସଂକ୍ରମିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ଭୟଙ୍କର ବ୍ୟାଧିରୁ ରକ୍ଷା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ବହୁ ମୃତକଙ୍କର ଶେଷ ଦର୍ଶନ ବି ପରିବାରବର୍ଗ ଦେଖି ପାରି ନଥିଲେ। ଏହି ଦୁଃଖରୁ ଆଜି ପର୍ଯ୍ୟନ୍ତ ବାହାରକୁ ବାହାରି ପାରି ନଥିବା ବେଳେ୍ ୨ୟ ପର୍ଯ୍ୟାୟ ସଂକ୍ରମଣ ଆସିବା ପରେ ଏବେ ବହୁ ପରିବାର ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଛନ୍ତି।

ଯେଉଁ ପରିବାର ଏହି ଘଡିସନ୍ଧି ଦୁଃଖଦ ଏବଂ ଜୀବନମୃତ୍ୟୁକୁ ପାଖରୁ ଦେଖିଛନ୍ତି ସେମାନେ ହିଁ କରୋନାର ଭୟକୁ ଭଲଭାବେ ଜାଣିଛନ୍ତି। ଏପରି ଏକ ପରିବାର ହେଉଛନ୍ତି ମିଲସାହିର ର୍ସ୍ବଗତ ପି. ନାରାୟଣ ରାଓଙ୍କ ପରିବାର। କେଉଁ ଆଡେ ବୁଲିବାକୁ ଯାଉ ନଥିବା ନାରାୟଣ ରାଓ କେଶ ଓ ଦାଢ଼ି କାଟିବା ପାଇଁ ସେଲୁନକୁ ଯାଇ ଫେରିଥିଲେ। ଏହାର କିଛି ଦିନ ପରେ ଥଣ୍ଡା , କାଶ, ଜ୍ବର ଆଦି ହୋଇଥିଲା। ତା ପରେ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଡାକ୍ତରଖାନାରେ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ପାଇ ପାରି ନଥିଲେ। ତାଙ୍କର ଓକ୍ସିଜେନ୍ ସ୍ତର କମିବାରେ ଲାଗିଥିଲା। ପରିବାରବର୍ଗ ବିଳମ୍ବ ନ କରି ବିଶାଖାପାଟଣା ନେଇକି ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

New corona symptoms of second corona wave

ପୁଅ ଶ୍ୟାମବି ସଂକ୍ରମିତ ହୋଇଥିଲେ। ସେ ଗୁରୁତର ହୋଇ ବିଶାଖାପାଟଣାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ମୃତକ ନାରାୟଣଙ୍କ ପତ୍ନୀ , ଶ୍ୟାମଙ୍କ ସ୍ତ୍ରୀ, ଶ୍ୟାମଙ୍କ ୧୧ବର୍ଷର ଝିଅ ବି ସଂକ୍ରମିତ ହୋଇଥିଲେ। ଏହି ପରିବାର ଅତି ନିକଟରୁ ସଂକ୍ରମଣ ଏବଂ ଏହାର ଭୟାନକ ସ୍ଥିତି ଦେଖିବା ସହ ଅଙ୍ଗେ ନିଭାଇଥିଲେ। ଗତ ୮ରୁ ୯ମାସ ହେବ ଏହି ପରିବାରବର୍ଗ ଭିନ୍ନ ଏକ ସ୍ଥିତିରେ ରହିଥିବା ବେଳେ ଏବେ ବି ସେହି ଭୟଙ୍କର ଦୁଃଖକୁ ଭୁଲି ପାରିନାହାନ୍ତି।

କରୋନା ହେବା ସମୟରେ ଏବଂ ପରେ ସାହି ପଡ଼ିଶାଙ୍କ ଅଚାରବ୍ୟବହାର ଭୁଲି ହେବ ନି ବୋଲି କହିଛନ୍ତି ଶ୍ୟାମ। ସଂପ୍ରତି ଲୋକେ କିଛି ହୋଇ ନଥିବା ଆଚରଣ କରି ଅମାନିଆ ହୋଇ ବିନା ମାସ୍କରେ ବୁଲିବା, ସାମାଜିକ ଦୂରତାକୁ ନ ମାନିବା ନିହାତିରୁପେ ଏହା ଆଗାମୀ ଦିନରେ ଆହୁରି ଅଧିକା ଭୟଙ୍କର ସ୍ଥିତି ଉପୁଜାଇବ। ପୁରା ପରିବାର ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ ଅମାନିଆ ହୁଅନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ। ନିଜ ଅମୁଲ୍ୟ ଜୀବନକୁ ବଂଚାଇବା ସହ ତୁମ ଉପରେ ନିର୍ଭର ଥିବା ପରିବାରକୁ ବି ସୁରକ୍ଷା ଦିଅନ୍ତୁ।

ନିଜର ଯଦି କେହି ଏଥିରେ ମରିଯିବେ ତେବେ ଶେଷଦର୍ଶନ ବି କରି ପାରିବ ନାହିଁ। ସଂକ୍ରମିତ ହେଲେ ନିଜ ପରିବାର ଲୋକେ ବି ବାସନ୍ଦ କରି ରଖିବେ। କରୋନାର ୨ୟ ପର୍ଯ୍ୟାୟ ଅତ୍ୟନ୍ତ ଭୟଙ୍କର ଥିବାରୁ ଅଯଥାରେ ବାହାରକୁ ବାହାରି ବୁଲନ୍ତୁ ନାହିଁ । ସବୁ ବେଳେ ମାସ୍କ ପିନ୍ଧନ୍ତୁ। ତେଣୁ ବେଳ ଥାଉଣୁ ସଚେତନ ହୁଅନ୍ତୁ। ନିଜେ ସଂକ୍ରମିତ ହୋଇ ଅଯଥାରେ ଅନ୍ୟକୁ ସଂକ୍ରମିତ କରି ଏହାକୁ ବ୍ୟାପିବାର ପ୍ରମୁଖ ମାଧ୍ୟମ ହୁଅ ନାହିଁ ବୋଲି ପରିବାରପକ୍ଷରୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe