ନୟାଗଡ଼ ଓ ଗଜପତି ଜିଲ୍ଲାରେ ବଢ଼ି ଚାଲିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

Advertisment
ନୟାଗଡ଼ ଓ ଗଜପତି ଜିଲ୍ଲାରେ ବଢ଼ି ଚାଲିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

image source--long island press

ଭୁବନେଶ୍ୱର: ନୟାଗଡ଼ ଓ ଗଜପତି ଜିଲ୍ଲାକୁ କରୋନା ଭାଇରସ ବିଳମ୍ବରେ ଆସିଥିଲେ ବି ଏବେ ଏହା ତୀବ୍ର ଗତିରେ ବଢ଼ି ଚାଲିଛ। ନୟାଗଡ଼ା ଜିଲ୍ଲାରେ ୨୯ ଦିନରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

ନୟାଗଡ଼ ଜିଲ୍ଲାରେ ଗତ ମାସ ୯ ତାରିଖରେ କରୋନା ଭାଇରସ ଆସିଥିଲା। ଜୁନ ୬ ତାରିଖରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ମାସ ୨୩ ତାରିଖରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଜିଲ୍ଲାକୁ ଆହୁରି ପ୍ରବାସୀମାନଙ୍କର ଆଗମନ ହେବାକୁ ଥିବା ବେଳେ ଆଗାମୀ ଦିନରେ ପଜିଟିଭ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ଦେଖାଯାଇଛି।

ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଗତ ମେ’ ମାସ ୨୨ ତାରିଖରେ ୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜିଲ୍ଲାରୁ ଶେଷ ଥର ପାଇଁ ଜୁନ ୫ ତାରିଖରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ମେ’ ମାସ ୩୦ ତାରିଖରେ ହଠାତ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢ଼ିଥିଲା। ଜିଲ୍ଲାରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe