ରାୟଗଡ଼ାରେ କରୋନା ଅଣାୟତ୍ତ : ୪ ଦିନରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ

Advertisment

ଆଜି ଆକ୍ରାନ୍ତ ସଂଖ୍ୟା ଶୂନ, ସୁସ୍ଥ ହୋଇ ଫେରିଲେ ୬୧, ମୋଟ ଆକ୍ରାନ୍ତ ୪୨୩, ମୃତ ସଂଖ୍ୟା ୪ ଛୁଇଁଲା

ଆଜି ଆକ୍ରାନ୍ତ ସଂଖ୍ୟା ଶୂନ, ସୁସ୍ଥ ହୋଇ ଫେରିଲେ ୬୧, ମୋଟ ଆକ୍ରାନ୍ତ ୪୨୩, ମୃତ ସଂଖ୍ୟା ୪ ଛୁଇଁଲା

ରାୟଗଡ଼ାରେ କରୋନା ଅଣାୟତ୍ତ : ୪ ଦିନରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ାରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସ୍ଥିତି। ୪ ଦିନରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୁକାବିଲା ନେଇ ବଢ଼ିଛି ଚିନ୍ତା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ରାମନାଗୁଡ଼ା ବ୍ଲକ୍ ଅଞ୍ଚଳ ଆକ୍ରାନ୍ତ, ୨୧ ତାରିଖ ସଂଧ୍ୟାରେ ରାୟଗଡ଼ା ସହରର ଜଣେ ଅବସରପ୍ରାପ୍ତ ସରକାରୀ ଏବଂ ୨୦ ତାରିଖରେ ଅମ୍ବାଦଳାର ଜଣେ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ହୋଇଛି। ୭୧ ବର୍ଷୀୟ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ସଂପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ରାମନାଗୁଡ଼ା ବ୍ଲକ୍ ଆକ୍ରାନ୍ତଙ୍କ ସଂପର୍କରେ କୌଣସି ଘୋଷଣା କରିନାହାନ୍ତି। ଏପରି ଭାବେ ଜିଲ୍ଲାରେ କରୋନା ଆକ୍ରାନ୍ତ ମୃତ ସଂଖ୍ୟା ୪କୁ ଛୁଇଁଛି।
ଜିଲ୍ଲାରୁ ଆଜି କୌଣସି ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ୬୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଥିବାରୁ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ମାସ୍ କଣ୍ଟାକ୍ଟ ଟ୍ରେସିଂ ସହ ଆଣ୍ଟିଜେନ୍ କିଟରେ ସ୍ବାବ ପରୀକ୍ଷା ହେଉଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

ତେବେ ଆକ୍ରାନ୍ତ ସଂଖ୍ୟାକୁ ନେଇ ଜିଲ୍ଲାବାସୀ କୌଣସି ବିଚଳିତ ନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଧର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ସହ ନୀତି, ନିୟମକୁ ମାନି ଚଳିଲେ ଆଉ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଆମ୍ବାଗୁଡା, ପଦ୍ମପୁର, ରେଙ୍ଗାଲପଦର, ଥେରୁବାଲି, ଗୁଡ଼ାରି ହଟସ୍ପଟ୍ ଭାବେ ଚିହ୍ନଟ ହୋଇଥିବାରୁ ଏହି ସବୁ ଅଞ୍ଚଳରୁ ଆକ୍ରାନ୍ତ ସଂଖ୍ୟା ବଢ଼ିପାରେ। ଏହି ସବୁ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରୋଗୀ ପ୍ରବାସୀ ଓ ପଡୋଶୀ ଗଜପତି, ଗଞ୍ଜାମ ଜିଲ୍ଲାକୁ ଫେରିଥିବା ନେଇ ଗସ୍ତ ବିବରଣୀରୁ ଜଣା ପଡ଼ିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବାରୁ ଆକ୍ରାନ୍ତ ସଂଖ୍ୟା ଦିନେ, ଦୁଇ ଭିତରେ ପୁଣି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଜୁଲାଇ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଜିଲ୍ଲାରେ ସ୍ବାବ ଟେଷ୍ଟିଂ ଧିମେଇ ଯିବାରୁ ବର୍ତ୍ତମାନ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବା ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୁଣପୁର, ରାୟଗଡ଼ା ପୌର ପରିଷଦ ସମେତ ରାୟଗଡ଼ା, ଗୁଣପୁର, ଗୁଡାରି, ପଦ୍ମପୁର, ରାମନାଗୁଡା, ବିଷମକଟକ, କୋଲନରା ବ୍ଲକର ଅଧିକାଂଶ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଗତକାଲି ମୁନିଗୁଡା ବ୍ଲକରୁ ୧୧ ପଜିଟିଭ୍ ଚିହ୍ନଟ ପରେ ମୁନିଗୁଡା ତହସିଲକୁ ୬ ଦିନ ଏବଂ ମୁନିଗୁଡା ସିଏଚସିକୁ ୪ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦେଶ ହୋଇଛି। ସେପଟେ ଆମ୍ବାଦଳାର ବ୍ୟବସାୟୀଙ୍କ ଗତ ୨୦ ତାରିଖରେ କରୋନାରେ ଭୁବନେଶ୍ବର ଏମସରେ ମୃତ୍ୟୁ ପରେ ଅମ୍ବାଦଳାରେ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର୍ କରାଯାଇଛି। ଜିଲ୍ଲାରେ ଆଜି ସୁଦ୍ଧା ୪୨୩ ଆକ୍ରାନ୍ତ ହୋଇଥିବା ବେଳେ ୨୫୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜେକେପୁର, ଗୁଣପୁର, ବିଷମକଟକ, ତାଡ଼ମାରେ ୨୦୬ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe