ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ଅଙ୍ଗନୱାଡି ଓ ଆଶାକର୍ମୀଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧନା

ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ଅଙ୍ଗନୱାଡି ଓ ଆଶାକର୍ମୀଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧନା

Sambad

ଜୟପୁର/ବୋରିଗୁମ୍ମା: ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୋରିଗୁମ୍ମା ବ୍ଲକର ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏହା ସହ ସମାଜସେବୀଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର, ଉପଢ଼ୈକନ, ମାସ୍କ ଓ ପୁଷ୍ପଗୁଚ୍ଛ ଦେଇ କୋଭିଡ୍ ସମୟରେ କରିଥିବା କାମ ପାଇଁ ପ୍ରଶାଂସା କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ସୁସ୍ଥ ସମାଜ ଗଠନରେ ଅଙ୍ଗନୱାଡୀ ଓ ଆଶାକର୍ମୀଙ୍କ ଭୁମିକା ଗୁରୁତ୍ବପୁର୍ଣ୍ଣ ବୋଲି କହିଥିଲେ। ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବା କାମକୁ ପ୍ରଶାଂସା କରିଥିଲେ। ଆଗାମୀ ଦିନରେ ଏଭଳି ଆଉ ଏକ ମାରତ୍ମକ ରୋଗ ଆସିବାର ସମ୍ଭାବନା ରହିଥିବାକୁ ନେଇ ରାଜ୍ୟ ସରକାର ସତର୍କ କରାଇଥିବାରୁ ଏହାକୁ ଏକ ହୋଇ ଲଢ଼ି ଗ୍ରାମାଂଚଳରେ ସଚେତନତା ସୃଷ୍ଟି କରିବାକୁ ପଢ଼ିବ ବୋଲି କହିଥିଲେ।

ଆଶାଓ ଅଙ୍ଗନୱାଡୀ କର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ଭତ୍ତା ବୃଦ୍ଧି ଆଦି ପ୍ରସଙ୍ଗ ସେ ବିଧାନସଭାରେ ଉଠାଇବେ ବୋଲି କହିଥିଲେ। ସଂସ୍ଥାର ମୁଖ୍ୟ ଅକ୍ଷୟ ସାଗର ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କର ଅବଦାନ, ନିଃସ୍ଵାର୍ଥପର ପରିଶ୍ରମ ଅତୁଳନୀୟ ବୋଲି କହିଥିଲେ। ବିଡିଓ ପ୍ରଣୟ ରଂଜନ ବେହେରା, ସିଡିପିଓ ପ୍ରତିମା ରାଉଳ , ସିଏଚସି ଅଧିକାରୀ ଡ.ରାଜାରାମ ସ୍ବାଇଁ ଯୋଗ ଦେଇ କୋଭିଡର ସଫଳ ମୁକାବିଲା ପଛରେ ଏହି ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କର ବିଶେଷ ଭୂମିକା ରହିଛି ବୋଲି କହିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ ଭତ୍ରା, ଆଇଷ୍ୟ ପ୍ରକାଶ, ମଳୟ ଚିଂଚାଣୀ, ରେଭ୍ ଡ.ଅନୁପମା ହିଆଲ୍, ପ୍ରଣବ ନାୟକ, ଶ୍ରୀବାଲ୍ଲୀ, ସାଇରା ସନ୍ନୀ, ରାମଚନ୍ଦ୍ର ପାଢ଼ୀ, ଭାନୁ ଦୋରା, ବିଧାୟକ ପ୍ରତିନିଧି ଅଶୋକ କୁମାର ଗୋନ୍ତାୟତ, କେ, ସୁଧାକର ରାଓ ପ୍ରମୁଖ  ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe