ଝାରସୁଗୁଡ଼ା: ଆଖି ବୁଜିଲେ କରୋନା ଯୋଦ୍ଧା ସୁବେଦାର 

୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ଝାରସୁଗୁଡ଼ା: କରୋନା ଯୁଦ୍ଧର ଆଗଧାଡ଼ିର ସୈନିକ ଡେପୁଟି ସୁବେଦାର ଡାଇମଣ୍ଡ ତମଙ୍ଗ ଆଜି ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି। ଝାରସୁଗୁଡ଼ା ଠାରେ ଥିବା ଓଏସ୍ଏପି ଦ୍ବିତୀୟ ବାଟାଲିୟନର ଡେପୁଟି ସୁବେଦାର ଭାବରେ କାର୍ଯ୍ୟ କରୁଥିବା ସ୍ବର୍ଗତ ତମଙ୍ଗଙ୍କୁ ମାତ୍ର ୫୪ବର୍ଷ ବୟସ ହେଉଥିଲା। ଗତ ୨୨ ତାରିଖ ଦିନ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

publive-image

ଗତକାଲି ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେସଖ ଦେବାରୁ ତାଙ୍କୁ ଝାରସୁଗୁଡ଼ା କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଥିଲା। ଜଣେ କର୍ମଠ ଅଧିକାରୀ ଭାବରେ ସେ ପୁଲିସରେ ବେଶ ପରିଚିତ ଥିଲେ। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓଏସ୍ଏପି ଦ୍ବିତୀୟ ବାଟାଲିୟନର କମାଣ୍ଡେଣ୍ଟ ମନୋଜ ପୁରୋହିତ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନ୍ଧାତା ସାଏ ତଥା ସମସ୍ତ ଜବାନ ସ୍ବର୍ଗତ ସୁବେଦାରଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe