ଲକ୍‌ଡାଉନରେ ଜନସାଧାରଣଙ୍କ ସୃଜନଶୀଳତାକୁ ପରିପୃଷ୍ଟ କରିବ କରୋନା ୱାରିଅର୍‌ସ ଅନ୍‌ଲାଇନ ପ୍ରତିଯୋଗିତା

Advertisment

ମୟୂରଭଞ୍ଜ ଜିଲ୍ଲାପ୍ରଶାସନର ଅଭିନବ ପ୍ରୟାସ, ୪ଟି ଭିନ୍ନ ଭିନ୍ନ ବୟସ ବର୍ଗରେ ହୋଇଛି ବ୍ୟବସ୍ତା

ମୟୂରଭଞ୍ଜ ଜିଲ୍ଲାପ୍ରଶାସନର ଅଭିନବ ପ୍ରୟାସ, ୪ଟି ଭିନ୍ନ ଭିନ୍ନ ବୟସ ବର୍ଗରେ ହୋଇଛି ବ୍ୟବସ୍ତା

ଲକ୍‌ଡାଉନରେ ଜନସାଧାରଣଙ୍କ ସୃଜନଶୀଳତାକୁ ପରିପୃଷ୍ଟ କରିବ କରୋନା ୱାରିଅର୍‌ସ ଅନ୍‌ଲାଇନ ପ୍ରତିଯୋଗିତା

ବାରିପଦା: କରୋନା କାରଣରୁ ହୋଇଥିବା ଲକ୍‌ଡାଉନ ସମୟରେ ମୟୂରଭଞ୍ଜବାସୀଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଏଡିଏମ ସ୍ବଧାଦେବା ସିଂ’ଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଛି କରୋନା ୱାରିଅର୍‌ସ ମୟୂରଭଞ୍ଜ ଅନ୍‌ଲାଇନ ପ୍ରତିଯୋଗିତା। ଭିନ୍ନ ଭିନ୍ନ ବୟସବର୍ଗକୁ ନେଇ ଅଂଶଗ୍ରହଣକାରୀଙ୍କ ନିମନ୍ତେ ୪ଟି କ୍ୟାଟେଗୋରୀ କରାଯାଇଛି। ୮ବର୍ଷରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ପେଣ୍ଟିଂ କରିବାକୁ କୁହାଯାଇଛି।

‘କରୋନା ସହିତ ଲଢ଼େଇ’ ବିଷୟକୁ ନେଇ ସେମାନେ ଚିତ୍ରାଙ୍କନ କରିବେ। ଉକ୍ତ ପେଣ୍ଟିଂକୁ ହାସ୍‌ଟ୍ୟାଗ୍‌ କରୋନା ୱାରିଅର୍‌ସ ମୟୂରଭଞ୍ଜ ସହିତ ଜିଲ୍ଲାପ୍ରଶାସନର ଫେସ୍‌ବୁକ ପେଜ୍‌(ଡିଏମ୍‌.ଏମ୍‌ବିଜେ) କିମ୍ବା ଟୁଇଟର୍‌ ପ୍ରୋଫାଇଲ୍‌(ଡିଏମ୍‌_ମୟୂରଭଞ୍ଜ)ରେ ଟ୍ୟାଗ୍‌ କରିବାକୁ ହେବ। ସେହିପରି ୧୫-୨୨ବର୍ଷ ବୟସ ବର୍ଗରେ କରୋନାକୁ ନେଇ ରାପ୍‌/କବିତା କିମ୍ବା ଏକ ଗୀତ ତିଆରି କରିବାକୁ ବିଷୟ ଦିଆଯାଇଛି। ୨୩-୩୫ବର୍ଷ ବୟସ ବର୍ଗରେ ନିଜ ମା’ କିମ୍ବା ସ୍ବାମୀ/ସ୍ତ୍ରୀ ପସନ୍ଦ କରୁଥିବା ଖାଦ୍ୟ ପଦାର୍ଥ ରାନ୍ଧିବାକୁ ହେବ। ଉକ୍ତ ଖାଦ୍ୟ ଆଇଟମ୍‌ର ଫଟୋକୁ ‌ସମାନ ତରିକାରେ ପୋଷ୍ଟ୍‌ କରିବାକୁ ହେବ। ୩୫ବର୍ଷରୁ ଊର୍ଧ୍ବ ବୟସ ବର୍ଗ ନିମନ୍ତେ ଲକ୍‌ଡାଉନ ସମୟରେ ବ୍ୟାୟାମ, ଯୋଗ କିମ୍ବା ପ୍ରାଣାୟମ କରିବାର ବିଷୟ ରଖାଯାଇଛି।

ଉପରୋକ୍ତ ସମସ୍ତ କାର୍ଯ୍ୟର ଫଟୋକୁ ଜିଲ୍ଲାପ୍ରଶାସନର ଫେସ୍‌ବୁକ କିମ୍ବା ଟୁଇଟର୍‌ ପେଜ୍‌ରେ ଟ୍ୟାଗ୍‌ କରିବାକୁ ହେବ। ପ୍ରତି ସୋମବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବୟସ ବର୍ଗରୁ ଶ୍ରେଷ୍ଠ ୩ଜଣ ଅଂଶଗ୍ରହଣକାରୀଙ୍କୁ ଗୋଟିଏ ଗୋଟିଏ ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବାନେଇ ସୂଚନା ପ୍ରଦାନ କରାଯାଇଛି। ଲକ୍‌ଡାଉନ ସମୟରେ ଜିଲ୍ଲାବାସୀ ଘରେ ରହୁଛନ୍ତି। ତେଣୁ ସେମାନଙ୍କୁ ବିଭିନ୍ନ ସୃଜନଶୀଳ ଉପାୟରେ ନିୟୋଜିତ କରିବାକୁ ଏହି ପ୍ରୟାସ କରାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅନ୍‌ଲାଇନ ପ୍ରତିଯୋଗିତାକୁ ନେଇ ଜିଲ୍ଲାରେ ଉତ୍ସାହ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe