ମନରେଗାରେ କାମ ନକରି ୧୦ ଲକ୍ଷ ଚଳୁ:ଜିଲ୍ଲାପାଳଙ୍କୁ ଫେରାଦ୍, ତଦନ୍ତ ଦାବି

Advertisment
ମନରେଗା ରେକର୍ଡରେ ଅଧାରୁ ଅଧିକ ଜାଲ୍‌!

Jehlam Times

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଜିରାବାଡ଼ି ପଞ୍ଚାୟତ ମନରେଗାରେ କାମ ନକରି ୧୦ ଲକ୍ଷ ଟଙ୍କା ହଡ଼ପ। ଏମର୍ମରେ ଅଭିଯୋଗ ଆଣି ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସା‌ରେ, ମନରେଗା ଯୋଜନା ମାଧ୍ୟମରେ ଜିରାବାଡ଼ି ଠାରୁ ନେପା ଗ୍ରାମ ଶିବ ମନ୍ଦିର ପର୍ଯ୍ୟନ୍ତ ମେଟାଲ୍ ରୋଡ଼୍ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୮ରେ ଏହା ନିର୍ଦ୍ଧାରିତ ହୋଇଥିଲା। ତେବେ କୋଭିଡ୍‌-୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ଏହି ରାସ୍ତା କାମରେ ଶ୍ରମିକ ମାନଙ୍କୁ ନିୟୋଜିତ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିଲା।
କିନ୍ତୁ ଯୋଜନାକୁ ପରିଚାଳନା କରୁଥିବା ଅଧିକାରୀ ମାନେ ମୁଠାଏ ବି ମାଟି ପକାଇ ଚଞ୍ଚକତା କରି ଅର୍ଥ ହଡ଼ପ କରିଥିଲେ। ରାସ୍ତାରେ କୌଣସି ଫଳକ ନ ଲଗାଇ ମେଟାଲ୍ ବାବଦରେ ୩ ଲକ୍ଷ ୧୧ ହଜାର ୪୪ ଟଙ୍କା ଓ ଶ୍ରମିକଙ୍କ ବାବଦରେ ୩ ଲକ୍ଷ ୫୭ ହଜାର ଟଙ୍କା ଉଠାଯାଇଛି। କିନ୍ତୁ ବାସ୍ତବରେ କୌଣସି କାମ ହୋଇନି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉଥିବା କିଛି ହିତାଧିକାରୀ ତଥା ଅଣଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଗ୍ରାମରେ ବହୁ ଶ୍ରମିକ ଶ୍ରେଣୀର ଲୋକ ରହୁଥିଲେ ମଧ୍ୟ ରାଣୀଭୂମି ଗ୍ରାମର କିଛି ହାତଗଣତି ଶ୍ରମିକଙ୍କୁ ଏଥିରେ ନିୟୋଜିତ କରାଯାଇ ବାକି ଅନୁଦାନକୁ ହଡ଼ପ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭାସ୍କର ପାଣି, ପ୍ରତାପ କୁମାର ପ୍ରଧାନ, ହରିକୃଷ୍ଣ ବିଶୋଇ, ଟୁନା ପ୍ରଧାନ, ଟୁଲୁ ଡାକୁଆ, ସୁରେନ୍ଦ୍ର ପାଣି, କାହ୍ନୁଚରଣ ସାହୁ, ଶ୍ରୀନିବାସ ସେଠୀ, ନାରାୟଣ ଗୌଡ଼ ଓ ରମେଶ ପାଣି ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଏହାସହ ଭିଜିଲାନ୍ସ୍ ଏସ୍‌.ପି.ଙ୍କୁ ଅବଗତ କରାଯାଇଛି।
କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଧାରଣା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଜିରାବାଡ଼ି ସରପଞ୍ଚଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଅନୁଦାନକୁ ରାସ୍ତା ତିଆରି ବାବଦରେ ଖର୍ଚ୍ଚ କରାଯାଇନି। ଅତ୍ୟାବଶ୍ୟକ ପୋଖରୀ ଗାର୍ଡ଼ ୱାଲ୍ ଓ ପାଚେରି ନିର୍ମାଣ ହୋଇଛି। ସରକାରୀ ଅନୁଦାନର ଅପବ୍ୟବହାର ହୋଇ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe