କଫ୍ ସିରପ୍ ପାଲଟିଛି ନିଶାର ସହଜ ମାଧ୍ୟମ: ଅବକାରୀ ବିଭାଗ ଚଢ଼ଉ,୨ ଗିରଫ

କଫ୍ ସିରପ୍ ନିଶାର ସହଜ ମାଧ୍ୟମ ପାଲଟିଛି। ଫଳରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ବିଭିନ୍ନ ଔଷଧ ଦୋକାନରେ କଫ୍ ସିରପ୍‌ର ଷ୍ଟକ୍ ମଧ୍ୟ ରହୁ ନାହିଁ। ଏହାକୁ ନିଶା କରୁଥିବା ବ୍ୟକ୍ତିମାନେ ଚଢ଼ା ଦରରେ କିଣି ନେଉଛନ୍ତି...

1ammnzxp1134

କଟକ: କଫ୍ ସିରପ୍ ନିଶାର ସହଜ ମାଧ୍ୟମ ପାଲଟିଛି। ଫଳରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ବିଭିନ୍ନ ଔଷଧ ଦୋକାନରେ କଫ୍ ସିରପ୍‌ର ଷ୍ଟକ୍ ମଧ୍ୟ ରହୁ ନାହିଁ। ଏହାକୁ ନିଶା କରୁଥିବା ବ୍ୟକ୍ତିମାନେ ଚଢ଼ା ଦରରେ କିଣି ନେଉଛନ୍ତି।

କେତେକ କ୍ଷେତ୍ରରେ ଔଷଧ ଦୋକାନି ମଧ୍ୟ ଅଧିକ ଲାଭ ପାଇଁ ନିଶା କରୁଥିବା ବ୍ୟକ୍ତିଙ୍କୁ ସହାୟତା କରି ଏସବୁ ବେଆଇନ ଭାବେ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି।

ଏଭଳି ସୂଚନା ପାଇ କଟକ ସଦର ଥାନା ସୁମାଣ୍ଡି ଗାଁର ଏକ ମେଡିସିନ୍ ଫାର୍ମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ବିପୁଳ କଫ୍ ସିରପ୍ ସହ ଔଷଧ ଜବତ କରାଯାଇଛି। ଅବକାରୀ ବିଭାଗ  ୨ଜଣଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ:

ବେଆଇନ ମେଡିସିନ ରଖିବା ସହ ବିକ୍ରି ଅଭିଯୋଗ ପରେ ଚଢ଼ଉ କରାଯାଇଥିଲା । ତେବେ ଏହି ଫାର୍ମରୁ ୩୨ ପ୍ରକାର ବେଆଇନ୍ ଔଷଧ ସାଙ୍ଗକୁ କଫ୍ ସିରିପ୍ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe