ସକାଳ ହେଲେ ଭୋଟ ଗଣତି ପ୍ରସ୍ତୁତି ଶେଷ

ସକାଳ ହେଲେ ଭୋଟ ଗଣତି ପ୍ରସ୍ତୁତି ଶେଷ

ବୀରମହାରାଜପୁର: ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା, ୬୪ ବିଧାନସଭା ଏବଂ ୧୦ ବଲାଙ୍ଗୀର ଲୋକସଭା ପାଇଁ ଭୋଟ ଗଣତି ହେବ । ବୀରମହାରାଜପୁର ମହାବିଦ୍ୟାଳୟରେ ୬୪ ବୀରମହାରାଜପୁର ବିଧାନସଭା ଗଣତି ହେବ । ଗଣତି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେପଟେ ଶାନ୍ତି ଶୃଂଖଳାକୁ ଦୃଷ୍ଟିରେ ରଖି ଆଜି ସଂଧ୍ୟାରେ ଉଭୟ ବୀରମହାରାଜପୁର ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସେହିଭଳି ଉଭୟ ଗଣତି ସେଂଟରର ୧୦୦ ମିଟର ଦୂରତାରେ ଜିଲ୍ଲା ନିର୍ବାଚନ ଅଧିକାରୀ ୧୪୪ ଧାରା ଜାରି କରିଛନ୍ତି । ଆସନ୍ତାକାଲି ଆଇନ ଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ବୀରମହାରାଜପୁରରେ ୪ ପ୍ଲାଟୁନ ସିଆରପିଏଫ ଜବାନ,୩ ପ୍ଲାଟୁନ ଓଡିଶା ପୋଲିସ ୧୨ ଜଣ ପୋଲିସ ଅଫିସର ବୀରମହାରାଜପୁରରେ ଏଡିସନାଲ ଏସପି ରହିବେ । ସେପଟେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଭାଗ୍ୟ କୁ ନେଇ ସବୁଠି କିଏ ଜିତିବା ହାରିବା ଅଙ୍କକସା ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe