ରାୟଗଡ଼ା: ଭୂତ ଭୟରେ ୩ ବର୍ଷର ଝିଅକୁ ହତ୍ୟା, ଅଭିଯୁକ୍ତ ବାପା-ମା’ ଗିରଫ

Advertisment
ଇଭିଏମ୍‌ ଷ୍ଟ୍ରଂ ରୁମ୍‌ ଫଟୋ ଉଠାଇ ଟିଆର୍‌ଏସ୍‌ ଏଜେଣ୍ଟ୍‌ ଗିରଫ

ରାୟଗଡ଼ା: ଦେଶ ସ୍ୱାଧୀନତା ପ୍ରାପ୍ତିର ୭୨ ବର୍ଷ ପରେ ବି ସମାଜରୁ ଅନ୍ଧ ବିଶ୍ୱାସ ଦୂର ହୋଇ ନାହିଁ। ଆଦିବାସୀ ବହୁଳ ଅଂଚଳରେ ଏହି ବ୍ୟାଧି ଅଧିକ ଗ୍ରାସିଛି। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଅମ୍ବାଦଳା ଅନ୍ତର୍ଗତ ସମଦଳା ଗାଁରେ ଜନ୍ମଦାତା-ଜନ୍ମଦାତ୍ରୀ ବାପା-ମା’ ନିଜର ୩ ବର୍ଷର ଝିଅକୁ ନିର୍ମମ ଭାବରେ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଝିଅକୁ ଭୂତ ଲାଗୁଥିବାରୁ ଦଂପତ୍ତି ହତ୍ୟା କରିଛନ୍ତି। ଘଟଣାର ତଦନ୍ତ କରି ପୁଲିସ ଏହା ସ୍ପଷ୍ଟ ହୋଇଛି। ଦଂପତ୍ତି ଦ୍ୱୟ ଗତ ମାର୍ଚ୍ଚ ୧୫ରେ ଝିଅକୁ ପୋଖରୀ ଆଡ଼କୁ ନେଇ ହତ୍ୟା କରିଥିଲେ। ପୁଲିସ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe