ଗୋଟିଏ ରଶିରେ ଝୁଲି ଜୀବନ ହାରିଲେ ଦମ୍ପତି

Advertisment
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

sabguru.com

ଚମ୍ପୁଆ: ଚମ୍ପୁଆ ଥାନା କଦୋଗାଡ଼ିଆ ଗ୍ରାମ ମାଟିହଣା ସାହିରେ ଏକ ଆମ୍ବଗଛରୁ ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଉଭୟ ଗୋଟିଏ ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ସେହି ସାହିର ରଞ୍ଜିତ ମୁଣ୍ଡା ଓ ପାନମତି ମୁଣ୍ଡା (୩୮)। ଉଭୟ ସମ୍ପର୍କରେ ଦିଅର-ଭାଉଜ ଥିଲେ। ଗୋଟିଏ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ। ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରଞ୍ଜିତ ଏବଂ ପାନମତି ପୂର୍ବରୁ ବିବାହତ ଥିବାବେଳେ ସେମାନଙ୍କର ପିଲାଛୁଆ ମଧ୍ୟ ଅଛି। ଏହାସତ୍ତ୍ବେ ପାନମତି ସ୍ବାମୀ ଏବଂ ଛୁଆଙ୍କୁ ଛାଡ଼ି ରଞ୍ଜିତଙ୍କ ଘରକୁ ପଳାଇ ଆସିଥିଲେ। ତାଙ୍କର ଦ୍ବିତୀୟ ପତ୍ନୀ ହୋଇ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଉଭୟ ବାକି ଥିବା ମଜୁରି ଆଣିବାକୁ ଯାଇ ଅଉ ଘରକୁ ଫେରିନଥିଲେ।

ଆଜି ସକାଳୁ ସାହିର ଜଣେ ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଆମ୍ବଗଛରେ ଉଭୟ ଝୁଲୁଥିବା ଦେଖିଥିଲେ। ଏ ସମ୍ପର୍କରେ ସେ ଗାଁ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଚମ୍ପୁଆ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏନେଇ କେସ୍‌ ନମ୍ବର ୧୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଗଗନ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe