ନବ ବିବାହିତ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର୍ଷେ ପୂର୍ବରୁ ହୋଇଥିଲା ପ୍ରେମ ବିବାହ

Advertisment
ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଟଳିପଡ଼ିଲେ ଦାଦନ, ଟ୍ରକ୍‌ରେ ରାଜମହେନ୍ଦୀରୁ ଆସୁଥିଲେ ନୟାଗଡ଼

image source--East ldho news

ଉମରକୋଟ/ନବରଙ୍ଗପୁର: ନବ ବିବାହିତ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୀମାନ୍ତ ଓଡ଼ିଶା ତଥା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଦଣ୍ଡସରା ଗାଁର ଗେଟଗୁଡ଼ାସାହିରୁ ଆଜି ପୁଲିସ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକମାନେ ହେଲେ ନିତ୍ୟାନନ୍ଦ ଭତରା ଓ ତାଙ୍କ ସ୍ତ୍ରୀ ରୀନା ଗଣ୍ଡ। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା ବେଳେ ପୁଲିସ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଘଟଣାର ତଦନ୍ତରେ ଥିବା ଏସ୍‌ଆଇ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି, ଗେଟଗୁଡ଼ାସାହିରେ ନବ ବିବାହିତ ଦମ୍ପତ୍ତିଙ୍କ ଆତ୍ମହତ୍ୟା ସଂପର୍କିତ ଖବର ମିଳିବା ପରେ ଉମରକୋଟ ଆଇଆଇସି ଉମେଶ ଚନ୍ଦ୍ର ସାହୁ, ଏସ୍‌ଆଇ ପ୍ରଶାନ୍ତ ସାହୁଙ୍କ ସହ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ପହଞ୍ଚିଲା ବେଳକୁ ଏକ ଚାଳ-ଛପର ଘର ଭିତରେ ନିତ୍ୟାନନ୍ଦ ଭତରା ଓ ତାଙ୍କର ସ୍ତ୍ରୀ ରୀନାଙ୍କ ମୃତଦେହ ଚଟାଣରେ ପଡ଼ିଥିଲା।

ଏସ୍‌ଆଇ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି, ନିତ୍ୟାନନ୍ଦ ଓ ରାଇଘର ଥାନା ଅନ୍ତର୍ଗତ ମହୁଲଗୁଡ଼ା ଗାଁର ରୀନା ପ୍ରେମ ବିବାହ କରିଥିଲେ। ଉଭୟ ବର୍ଷେ ପୂର୍ବରୁ ଘର ଛାଡ଼ି ଚାଲି ଯାଇଥିଲେ। ଏହା ପରେ ସେମାନେ ବିବାହ କରି ଏକାଠି ରହୁଥିଲେ। ନିତ୍ୟାନନ୍ଦଙ୍କ ପରିବାର ଗରିବ ଥିବାରୁ ତାଙ୍କ ବାପା ତାମିଲନାଡୁର ଏକ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ଆଜି ସାକାଳୁ ମା’ ଚା’ ଦେବା ପାଇଁ ଯାଇଥିଲା ବେଳେ ପୁଅ-ବୋହୂଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ।

ତେବେ ଘଟଣା କେମିତି ଘଟିଲା ଓ କାହିଁକି ଘଟିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାଲି ରାତିରେ ବୋହୂ ଫୋନ୍‌ରେ ଶାଶୁଙ୍କ ସହିତ କଥା ବି ହୋଇଥିଲେ। ନିତ୍ୟାନନ୍ଦଙ୍କ ମା’ ମଧ୍ୟ କହିଛନ୍ତି, କୌଣସି ପାରିବାରିକ ଝଗଡ଼ା ନ ଥିଲା। ପୂର୍ବତନ ତହସିଲଦାର ଧର୍ମରାଜ ମାଝୀଙ୍କ ଉପସ୍ଥିତିରେ ପୁଲିସ ଶବ ପଞ୍ଚନାମା କରାଯାଇ ଏବେ ମୃତଦେହ ୨ଟି ଉମରକୋଟ ଉପଖଣ୍ଡ ଡାକ୍ତରଖାନାରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe