ସ୍ତ୍ରୀଙ୍କ ପରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ବାମୀ, ଅନାଥ ହୋଇଗଲେ ତିନି ସନ୍ତାନ

ସ୍ତ୍ରୀଙ୍କ ପରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ବାମୀ, ଅନାଥ ହୋଇଗଲେ ତିନି ସନ୍ତାନ

Image Courtesy of India.com

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ତାର୍ଲାକୋଟା ଗ୍ରାମରେ ଏକ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ତାର୍ଲାକୋଟା ଗ୍ରାମର ଡୁମ୍ବରୁ ଶଗରିଆଙ୍କ ପତ୍ନୀ କୁନି ସଗରିଆ (୨୫) ଗତକାଲି ସକାଳେ କୌଣସି ଏକ ବିଷ ଖାଇବା ପରେ ଗୁରୁତର ହୋଇଥିଲେ। ସ୍ବାମୀ ଡମ୍ବରୁ ତାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ଆଣିଥିଲେ। କିନ୍ତୁ ମେଡିକାଲରେ କୁନିର ମୃତ୍ୟୁ ହୋଇଯାଇଥିଲା। ତେବେ ଆଜି ସକାଳୁ କୁନିର ମୃତ୍ୟୁରେ ଡମ୍ବରୁ ମର୍ମାହତ ହୋଇ ବିଷ ପିଇ ଦେଇଥିଲା। ସେ ମଧ୍ୟ ଗୁରୁତର ହେବାକୁ ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସିତ କରାଗଲା। ତେବେ ଚିକିତ୍ସିତ ଅବସ୍ଥାରେ ଡମ୍ବରୁ ମଧ୍ୟ ପ୍ରାଣତ୍ୟାଗ କଲା। ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଓର୍କେଲ ପୁଲିସ ଏନେଇ ତଦନ୍ତ କରୁଥିବା ଜଣାପଡିଛି।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହ ଦମ୍ପତିଙ୍କ ପ୍ରାଣ ନେଇଥିବା କୁହାଯାଉଛି। ତେବେ ଡମ୍ବରୁଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି କୁନି। ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହେବା ପରେ ଗତ ଦୁଇ ତିନିବର୍ଷ ତଳେ କୁନିକୁ ବାହା ହୋଇଥିଲେ ଡମ୍ବରୁ। ଡମ୍ବରୁଙ୍କର ପ୍ରଥମ ପତ୍ନୀର ତିନୋଟି ସନ୍ତାନ ରହିଛନ୍ତି। ସେମାନେ ସମସ୍ତେ ହୋଷ୍ଟେଲରେ ରହି ପାଠ ପଢୁଥିବା ଜଣାପଡିଛି। ପ୍ରଥମେ ମାଆଙ୍କର ମୃତ୍ୟୁ ଏବେ ବାପାଙ୍କର ମୃତ୍ୟୁ ପରେ ଏହି ତିନି ସନ୍ତାନ ଅନାଥ ହୋଇଗଲେ। ପ୍ରଶାସନ ତରଫରୁ ଏହି ତିନି ସନ୍ତାନଙ୍କୁ ତୁରନ୍ତ ଥଇଥାନ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe