ପରିବାରର ବିରୋଧ ହେଲା କାଳ : ମହିମା ମନ୍ଦିର ପରିସରରେ ଜୀବନ ହାରିଲେ ପ୍ରେମୀଯୁଗଳ

Advertisment
ପରିବାରର ବିରୋଧ ହେଲା କାଳ : ମହିମା ମନ୍ଦିର ପରିସରରେ ଜୀବନ ହାରିଲେ ପ୍ରେମୀଯୁଗଳ

ଉମରକୋଟ:  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ଗ୍ରାମରେ ଥିବା ଅଲେଖ ମହିମା ମନ୍ଦିର ପରିସରରୁ ପ୍ରେମୀଯୁଗଳଙ୍କ ଝୁଳନ୍ତା ଶବ ଆଜି ଉଦ୍ଧାର କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେଇଛି। ଯୁବକ ଜଣକ ସ୍ଥାନୀୟ ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର(୨୧) ହୋଇଥିବା ବେଳେ ଯୁବତୀ ଜଣଙ୍କ ହେଉଛନ୍ତି ରଶ୍ମିତା ହରିଜନ (୨୦)। ଯୁବତୀଙ୍କ ଘର ଖାତିଗୁଡା ଥାନା ଅନ୍ତର୍ଗତ ପୋଡ଼ାପୋଲ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ପ୍ରଫୁଲ୍ଲ ଟ୍ରକ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା ଓ ଟ୍ରକ୍ ନେଇ ପୋଡ଼ାପୋଲ ଗ୍ରାମକୁ ଯାଉଥିବା ବେଳେ ରଶ୍ମିତାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ୨୦ ଦିନ ତଳେ ରଶ୍ମିତା ଘର ଛାଡ଼ି ପ୍ରଫୁଲ୍ଲଙ୍କ ନିକଟକୁ ପଳାଇ ଆସିଥିଲେ। ତେବେ ରଶ୍ମିତାଙ୍କ ବାପା ବଡ଼ଭରଣ୍ଡି ଆସି ଝିଅକୁ ନେଇ ଗାଁକୁ ପଳାଇ ଆସିଥିଲେ। କିନ୍ତୁ ଝିଅ କାଲି ପୁଣି ପୁଅ ପାଖକୁ ଚାଲି ଆସିଥିଲା। ଦୁହେଁ ଗତକାଲି ରାତିରେ ବଡ଼ଭରଣ୍ଡିଠାରେ ଥିବ ଅଲେଖ ମହିମା ମନ୍ଦିର ପରିସରରେ ଥିବା ରୋଷେଇ ଘରେ ଏକ ଚଦରକୁ ଚିରି ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ।

ଖବର ପାଇଁ ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ଘଟଣାସ୍ଥଳରେ ପହଂଚି ପାରିପାର୍ଶିକ ଯାଞ୍ଚ୍ କରିବା ସହ ଏକ ହାତ ଲେଖା ସୁଇସ।ଇଡ ନୋଟ  ଉଦ୍ଧାର କରିଥିଲେ। ତେବେ ରାତିରେ ମନ୍ଦିର ପରିସରରେ କେହି ଲୋକ ନ ଥିଲେ।  ମିଳୁଥିବା ସୂଚନା ଅନୁସାରେ ଦୁହିଁଙ୍କ ମିଲାମିଶାକୁ ନେଇ ଝିଅର ବାପାମା’ ଅରାଜି ଥିଲେ। ଉଭୟ ପୁଅ ଓ ଝିଅର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରା ଯାଇଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଉମରକୋଟ ଥାନାରେ ୟୁ ଡି କେଶ ନ ୬୩/୨୨ ରୁଜ୍ଜୁ ହୋଇଛି । ସବଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ଘଟଣାର ତଦନ୍ତ  କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe