ପରିବେଶ ପ୍ରେମରେ ସାମ୍ୱାଦିକ: ବିବାହ ଉତ୍ସବରେ ବାଣ୍ଟିଲେ ୫ଶହ ଚାରା

Advertisment
ପରିବେଶ ପ୍ରେମରେ ସାମ୍ୱାଦିକ: ବିବାହ ଉତ୍ସବରେ ବାଣ୍ଟିଲେ ୫ଶହ ଚାରା

Sambad

ନାଲକୋନଗର: ବୃତ୍ତିରେ ସାମ୍ବାଦିକ। ହେଲେ ପରିବେଶ ସୁରକ୍ଷା ପାଇଁ ସେ ନିଜେ ବୃକ୍ଷ ଲଗାଇବା ସହିତ ଜନସାଧାରଣଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ବୋଲି ଅନ୍ୟମାନଙ୍କୁ କହିଛନ୍ତି। କାରଣ ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା ବୋଲି କହିଛନ୍ତି। ନିଆରା ପରିବେଶ ପ୍ରେମୀ ତଥା ବଅଁରପାଳ ବ୍ଲକ ‘ସମ୍ବାଦ’ ପ୍ରତିନିଧି ରାଜେଶ ନାୟକଙ୍କ ନିଜ ବିବାହ ଅବସରରେ ୫ଶହ ବୃକ୍ଷ ଅତିଥିଙ୍କୁ ଉପହରା ସହକାରେ ପ୍ରଦାନ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ଅନୁଷ୍ଠିତ ଉତ୍ସବରେ ଅତିଥିମାନଙ୍କୁ ବିଭିନ୍ନ ପ୍ରକାର ଫଳ ଓ ଫୁଲ, ଜଙ୍ଗଲି ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା।

ପ୍ରତ୍ୟେକ ଅତିଥିଙ୍କୁ ନବ ଦମ୍ପତି ଗୋଟିଏ ଲେଖାଏଁ ଚାରା ପ୍ରଦାନ କରି ଅନ୍ୟମାନଙ୍କୁ ଗୋଟିଏ ଚାରା ଲଗାଇବାକୁ ନିବେଦନ କରିଥିଲେ। ଅନଗୁଳ ଜିଲ୍ଲାରେ ଦିନକୁ ଦିନ କଳକାରଖାନା ହୁହୁ ହୋଇ ବୃଦ୍ଧି ପାଇବା ଫଳରେ ବୃକ୍ଷ ସଂଖ୍ୟା ହ୍ରାସ ପାଉଛି। ଏହାକୁ ଦୃଷ୍ଟରେ ରଖି ପ୍ରତ୍ୟେକ ବର୍ଷ ‘ସମ୍ବାଦ’ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ବିବାହ ଉତ୍ସବରେ ଏଭଳି ଚାରା ବଣ୍ଟନ ପ୍ରୟାସକୁ ନିମନ୍ତ୍ରିତ ଅତିଥି ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe